ରାଜନୀତିର ରୋଚକ କଥା ! ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ‘ସୋନିଆ ଗାନ୍ଧୀ’

କେରଳର ଇଡୁକ୍କି ଜିଲ୍ଲାର ମୁନ୍ନାର ପଞ୍ଚାୟତ ନିର୍ବାଚନରେ ଏଥର ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ନାଁ ରାଜ୍ୟ ଏବଂ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି । ଏହି ନାଁ ହେଉଛି ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କର । କେରଳର ସ୍ଥାନୀୟ ନିର୍ବାଚନରେ ମୁନ୍ନାରରୁ ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ ଭାବେ ବିଜେପି ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି । ଏଲଡିଏଫ ଏବଂ ବିରୋଧୀ ଦଳ ୟୁଡିଏଫ ରାଜ୍ୟରେ ବିଜେପିର ଏହି ପଦକ୍ଷେପ କଂଗ୍ରେସକୁ ଏକ କଷ୍ଟକର ସ୍ଥିତିରେ ପକାଇଛି ।

ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ସୁଦର ରାଜଙ୍କ ଝିଅ ହେଉଛନ୍ତି ସୋନିଆ । ସୋନିଆଙ୍କ ବାପା ସୋନିଆ ଗାନ୍ଧୀଙ୍କର ଜଣେ ପ୍ରଶଂସକ ହୋଇଥିବାରୁ ତାଙ୍କ ଝିଅର ନାମ ଏମିତି ରଖିଛନ୍ତି । ଯିଏକି ଜଣେ ବିଜେପି କର୍ମୀ ଏବଂ ସୁଭାଷଙ୍କୁ ବିବାହ କରିଛନ୍ତି । ସୁଭାଷ ବିଜେପିର ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । କଂଗ୍ରେସକୁ ଭୁଆଁ ବୁଲାଇବା ପାଇଁ ବିଜେପି ଏହି ସୋନିଆ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି । ଯାହା କେରଳର ସ୍ଥାନୀୟ ନିର୍ବାଚନରେ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛନ୍ତି ।ସୋନିଆ ଗାନ୍ଧୀ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ଓ ଏହାକୁ ନେଇ ତାଙ୍କ ମନରେ ଜବରଦସ୍ତ ଉତ୍ସାହ ମଧ୍ୟ ରହିଛି । ତାଙ୍କ ସାମନାରେ କଂଗ୍ରେସର ମଞ୍ଜୁଳା ରମେଶ ଓ ସିପିଏମର ବଲରମତୀ ଅଛନ୍ତି । କେରଳରେ ପଞ୍ଚାୟତ ଓ ପୌର ନିର୍ବାଚନ ଡିସେମ୍ୱର ୯ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ହେବ । ଭୋଟ ଗଣତି ଡିସେମ୍ୱର ରେ ହେବ ।