ସରକାର ଆଣିଲେ ‘ଭାରତ ଟ୍ୟାକ୍ସି’

କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ ପରେ ଅନ୍ୟ ରାଜ୍ୟକୁ ବିସ୍ତାରିତ ହେବ। ମହିଳା ଡ୍ରାଇଭରଙ୍କ ସମେତ ଦେଶବ୍ୟାପୀ ପାଞ୍ଚ ହଜାର ଡ୍ରାଇଭର ଏହି ଯୋଜନାରେ ଯୋଗଦେବେ। ଓଲା ଏବଂ ଉବର ଭଳି ଘରୋଇ କମ୍ପାନୀଗୁଡ଼ିକ ବର୍ତ୍ତମାନ ଟ୍ୟାକ୍ସି ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତଥାପି, ସେମାନଙ୍କର ସୁରକ୍ଷା ନେଇ ଅନେକ ସମୟରେ ଚିନ୍ତା ଦେଖାଦେଇଛି, ଯାହା ଫଳରେ ସରକାର ଦେଶରେ ଏକ ସ୍ବୟଂ-ନିରୀକ୍ଷଣ ଟ୍ୟାକ୍ସି ସେବା ଆରମ୍ଭ କରିଛନ୍ତି।କେନ୍ଦ୍ର ସରକାରଙ୍କ ସହଯୋଗ ମନ୍ତ୍ରଣାଳୟ ଓ ନ୍ୟାସନାଲ୍ ଇ-ଗଭର୍ଣ୍ଣାସ୍ ଡିଭିଜନ ମିଳିତ ଭାବେ ଏହି ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ସହକାର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ପରିଚାଳନା କରିବ । ସରକାର ଏହି ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି । ୩୦୦ କୋଟିର ପ୍ରାରମ୍ଭିକ ପୁଞ୍ଜିରେ ଏହାକୁ ୨୦୨୫ ଜୁନ୍‌ରେ ପ୍ରତିଷ୍ଠା କରାଯାଇଛି ।

ଦିଲ୍ଲୀରୁ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ‘ଭାରତ ଟ୍ୟାକ୍ସି’ ୨୦୨୬ ସୁଦ୍ଧାର ସମସ୍ତ ମେଟ୍ରୋ ସହରକୁ କଭର କରିବ । ଏଥିପାଇଁ ମୁମ୍ବାଇ, ପୁନେ, ଭୋପାଳ, ଲକ୍ଷ୍ନୌ, ଜୟପୁର ଆଦି ସହରକୁ ପ୍ରାଥମିକତା ଦିଆଯାଇଛି । ୨୦୩୦ ସୁଦ୍ଧା ୧ ଲକ୍ଷରୁ ଅଧିକ ଡ୍ରାଇଭରଙ୍କୁ ଯୋଡ଼ି ‘ଭାରତ ଟ୍ୟାକ୍ସି’ ପ୍ରତି ଜିଲ୍ଲା ସଦର ମହକୁମାକୁ ଯୋଡ଼ି ଗାଁ ଗାଁରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି ।