ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସ୍କୁଲ୍, ହସ୍ପିଟାଲ, ବସ୍ଷ୍ଟାଣ୍ଡରୁ ହଟିବେ ବୁଲା କୁକୁର
ବୁଲା କୁକୁର ସମସ୍ୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ସାର୍ବଜନିନ ସ୍ଥାନରୁ ହଟିବେ ବୁଲା କୁକୁର ।ସୁପ୍ରିମକୋର୍ଟ କୁକୁର ପ୍ରେମୀଙ୍କ ଆବେଦନକୁ ଖାରଜ କରି ହସ୍ପିଟାଲ, ସ୍କୁଲ ଏବଂ ବସ୍ ଷ୍ଟେସନ ଭଳି ସାର୍ବଜନୀନ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ନଭେମ୍ବର ୨୦୨୫ରେ ଦେଇଥିବା ନିର୍ଦ୍ଦେଶକୁ ବଜାୟ ରଖିଛନ୍ତି। ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବୃଦ୍ଧି ପାଇବ। ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି। ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଏଭଳି ସ୍ଥିତିକୁ କୋର୍ଟ ”ଉଦବେଗଜନକ” ବୋଲି କହିଛନ୍ତି।ଏନ୍ଏଚ୍ ଓ ଏକ୍ସପ୍ରେସ୍ ୱେରୁ ବୁଲା କୁକୁର, ଗାଈଙ୍କୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ତେବେ ଯଦି ରାଜ୍ୟ ସରକାରମାନେ ଦୂରଦୃଷ୍ଟି ରଖି ପୂର୍ବରୁ ଉଚିତ୍ ପଦକ୍ଷେପ ନେଇଥାନ୍ତେ, ତେବେ ଆଜି ବୁଲା କୁକୁରଙ୍କ ସମସ୍ୟା ଦେଶରେ ଏଭଳି ଭୟଙ୍କର ରୂପ ଧାରଣ କରିନଥାନ୍ତା ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି।