ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ ।୫ ହଜାର ଦିଅ ବକେୟା ଦରମା କରାଇଦେବି 

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ ଦାସ ।ସ୍କୁଲର ନାଇଟ ୱାଚ ମ୍ୟାନକୁ ମଧ୍ୟ ଛାଡିଲେନି । କହିଲେ ୫ ହଜାର ଦିଅ ବକେୟା ଦରମା କରାଇଦେବି । ଆଉ ତାପରେ ଏହି ଅଭିଯୋଗରେ ଭିଜିଲାନ୍ସରେ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷକ । ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଚଢେଇଗୁଆଁ ସ୍ଥିତ ଯୁଗରୂପା ବିଦ୍ୟାଭବନ ସ୍କୁଲର ପ୍ରଧାନ ଶିକ୍ଷ ରଧୁନାଥ ଦାସ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସ୍କୁଲର ନାଇଟ ୱାଚମ୍ୟାନ କ୍ଷୀରୋଦ ଦାସଙ୍କ ବକେୟା ଦରମା କରେଇ ଦେବା ପାଇଁ ପ୍ରଧାନ ଶିକ୍ଷକ ସ୍କୁଲ ଅଫିସରେ ଲାଞ୍ଚ ନେଉଥିଲେ । ସେପଟେ ଭିଜିଲାନ୍ସକୁ ମଧ୍ୟ ଜଣାଇଥିଲେ । ପ୍ଲାନ ମୁତାବକ ପ୍ରଧାନ ଶିକ୍ଷକ ୱାଚମ୍ୟାନଙ୍କଠୁ ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ ବିଭାଗର ଦୁଇଟି ଟିମ । ଏଥିସହ ଲାଞ୍ଚ ଟଙ୍କାକୁ କାବୁ କରିଥିଲା ଭିଜିଲାନ୍ସ । କଟକ ଭିଜିଲ୍ଲାନ୍ସ ଟିମ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ ।