ଖୁବଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ
ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ ଯୁକ୍ତ +୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳାଫଳ ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ । ଫଳାଫଳ ଘୋଷଣା ହେବା ପରେ, ଛାତ୍ରଛାତ୍ରୀମାନେ ନିଜର ମାର୍କସିଟ୍ ଅନ୍ଲାଇନରେ ଚେକ୍ କରିପାରିବେ । ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି ଏବଂ ସଠିକ ସମୟରେ ରେଜଲ୍ଟ ପ୍ରକାଶ ପାଇବା ନେଇ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ।ଫଳାଫଳ ପ୍ରକାଶ ପରେ ସରକାରୀ ୱେବସାଇଟ୍ ଓ ସ୍କୁଲ/କଲେଜ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ମାର୍କ ଯାଞ୍ଚ କରିପାରିବେ । ଏହା ସହିତ ମୋବାଇଲ ମାଧ୍ୟମରେ ମଧ୍ୟ ଫଳ ଦେଖିବା ସୁବିଧା ରହିବ ।