ବର୍ଷାରେ ଆମ୍ବ ଗୋଟାଇବା ହେଲା କାଳ, କାଳ ବୈଶାଖୀ ର ତାଣ୍ଡବ ରେ ଅସ୍ତ ବ୍ୟସ୍ତ ଧନ ଜୀବନ,ବଜ୍ରାଘାତରେ ଚାଲିଗଲା ନାବାଳିକା ର ପ୍ରାଣ

ନୟାଗଡ଼ ଜିଲ୍ଲା ଗଣିଆ ଥାନା ବଡ଼ମୂଳ ଗାଁ ସୁରେଶ ସାହୁ ଙ୍କ ୧୭ବର୍ଷର ନାବାଳିକା ଝିଅ କାଳ ବୈଶାଖୀ ସମୟ ରେ ଘର ପାଖରେ ଥିବା ଆମ୍ଭ ତୋଟା କୁ ଆମ୍ବ ଗୋଟାଇବା ପାଇଁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା ଯାହା ଫଳରେ ଆମ୍ବ ଗଛ ମୂଳରେ ହିଁ ନାବାଳିକା ଜଣଙ୍କ ଟଳିପଡ଼ିଥିଲେ ପରେ ପରିବାର ଲୋକେ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, କାନ୍ଦବୋବାଳି ରେ ଫାଟିପଡୁଛି ମେଡିକାଲ ପରିସର ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି କରିଛନ୍ତି ପରିବାର ଲୋକ ଏବଂ ଗ୍ରାମବାସୀ, ସୂଚନା ଥାଉ କି ନାବାଳିକା ଜଣଙ୍କ +୨ରେ ପଢୁଥିବା ବେଳେ ସେ ଭଲ ପାଠ ପଢୁଥିଲେ,ଯାହାକୁ ନେଇ ସମଗ୍ର ଗଣିଆ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।।