ନବରଙ୍ଗପୁରରେ ନିଆରା ବାହାଘର। କିନ୍ନର ସାଜିଲେ ନବବଧୂ   

 ନବରଙ୍ଗପୁର ରେ ଦେଖିବାକୁ ମିଳିଛି ନିଆରା ବାହାଘର। ଜଣେ ଯୁବକ ବାହା ହୋଇଛନ୍ତି କିନ୍ନର ଯୁବତୀ ଙ୍କୁ, ବାହା ହେବା ପରେ ଘର ସଂସାର କରିବାକୁ ନିଷ୍ପତି ନେଇଛନ୍ତି ନବ ଦମ୍ପତି। ଉମରକୋଟ ରେ ଥିବା କିନ୍ନର ଆଖଡ଼ା ଗୃହରେ ଅତି ଧୁମ ଧାମରେ ଗତ ସୋମବାର ଦିନ ସମ୍ପର୍ଣ୍ଣ ହୋଇ ଯାଇ ଅଛି। ସାମାଜିକ ଗଣ ମାଧ୍ୟମ ରୁ ଆରମ୍ଭ ଏହି ପ୍ରେମ କାହାଣୀ ବାହା ବେଦୀ ପର୍ଯ୍ୟନ୍ତ ପହଁଚିଛି। ଯୁବକ ଜଣକ ହେଲେ ଜଗତସିଂହପୁର ତିର୍ତୋଲ ଅଞ୍ଚଳ ର ସତ୍ୟଜିତ ଆଚାର୍ଯ୍ୟ ଦୁଇ ବର୍ଷ ତଳେ ସାମାଜିକ ଗଣ ମାଧ୍ୟମ ରେ କଳାହାଣ୍ଡି ଜିଲ୍ଲା ର କିନ୍ନର ଶିବାନୀ ସାହୁ ଙ୍କୁ ବନ୍ଧୁତ୍ବ ଆରମ୍ଭ କରିଥିଲେ ସମୟ ଗଡ଼ିବା ସହ ବନ୍ଧୁତ୍ୱ ପ୍ରେମରେ ପରିଣତ ହେଲା ଦୀର୍ଘ ଦୁଇ ବର୍ଷ ର ପ୍ରେମ ପରେ ବିବାହ ପାଇଁ ନିଷ୍ପତି ନେଇ ଇତି ମଧ୍ୟରେ ଶିବାନୀ କଳାହାଣ୍ଡି ରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଦେବାଲିନା ଆଚାର୍ଯ୍ୟ ଙ୍କ ଆଖଡ଼ା କୁ ଆସି ଯାଇଥିଲେ। କିଛି ଦିନ ତଳେ ଶିବାନୀ ଯୁବକ ସତ୍ୟଜିତ ଙ୍କୁ ପ୍ରମ ବିବାହ କରିବାକୁ ଚାହୁଁଥିବା ଇଛା ପ୍ରକାଶ କରିଥିଲେ, ଆଖଡ଼ା ଗୁରୁମା ଦେବାଲିନା ସତ୍ୟଜିତ ଙ୍କ ସହିତ କଥା ହେଲେ ସେ ମଧ୍ୟ ଶିବାନୀ ଙ୍କ ସହିତ ବିବାହ କରିବାକୁ ଇଚ୍ଛା ଜାହିର କରିଥିଲେ। ଉଭୟଙ୍କ ନିଷ୍ପତି ସତ୍ୟଜିତ ଙ୍କ ପରିବାର କୁ ଜଣାଇବା ପରେ ପ୍ରଥମେ ସେମାନେ ବିରୋଧ କରିଥିଲେ ମଧ୍ୟ୍ୟ ପରେ ପୁଅ ର ପ୍ରେମ ଆଗରେ ମୁଣ୍ଡ ନୁଆଇଁ ଥିଲେ ଓ ବାହାଘର ସକାଶେ ରାଜି ହୋଇଥିଲେ। କିନ୍ତୁ ଶିବାନୀ ଙ୍କ ପରିବାର ସେ କିନ୍ନର ହବା ସକାଶେ ରାଜି ହୋଇ ନ ଥିଲେ। ଏପରି ପରିସ୍ଥିତି ରେ ଦୁଇ ଜଣ ଯାକ ସାବାଳକ ହୋଇ ଥିବା ଯୋଗୁଁ ଆଖଡ଼ା ର ନିଷ୍ପତି କ୍ରମେ ଗାଦ୍ଧରବ ରୀତିରେ ଗତ ସୋମବାର ଦିନ ବିବାହ ସମ୍ପର୍ଣ୍ଣ ହୋଇଥିଲା। ନାଚ ଗୀତ ସହ ଭୋଜି ଭାତ ର ଆୟୋଜନ ହୋଇ ଥିଲା। ସ୍ଥାନୀୟ ଲୋକ ଯୋଗ ଦେଇ ନବଦମ୍ପତି କୁ ଆଶୀର୍ବାଦ କରିଥିଲେ। ବର୍ତମାନ ନବ ଦମ୍ପତି ଉମରକୋଟ ରେ ରହୁଥିବା ବେଳେ କିଛି ଦିନ ପରେ ସତ୍ୟଜିତ ଙ୍କ କର୍ମ କ୍ଷେତ୍ର କୁ ଚାଲିଯିବେ ଓ ନୂଆ ପରିବାର ଆରମ୍ଭ କରିବେ। ନବରଙ୍ଗପୁର ଜିଲ୍ଲା ରେ ଏହିପରି ବିବାହ ପ୍ରଥମ ହୋଇଥିବା ଯୋଗୁଁ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ।