ଓଡିଶାରେ ମେ ୩୦ ତାରିଖରୁ ଆରମ୍ଭ ହେବ ଏସଆଇଆର

ଓଡ଼ିଶାରେ ଆରମ୍ଭ ହେବ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) । ଆସନ୍ତା ୩୦ ତାରିଖରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ବିଏଲ୍‌ଓ (ବୁଥ୍‌ ସ୍ତରୀୟ ଅଧିକାରୀ) । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆର.ଏସ ଗୋପାଳନ ।ମେ’ ୨୦ରୁ ୨୯ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ କରାଯିବ। ମେ’୩୦ରୁ ଜୁନ୍ ୨୮ଯାଏ BLOମାନଙ୍କ ଦ୍ୱାରା ଘର ଘର ପରିଦର୍ଶନ କରାଯିବ । ଦାବି ଓ ଆପତ୍ତି ଦାଖଲ ସମୟସୀମା ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ଯାଏ ରହିବ । ସେପ୍ଟେମ୍ବର ୯ତାରିଖରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ରାଜ୍ୟରେ ବର୍ତ୍ତମାନ ୩କୋଟି ୩୪ଲକ୍ଷ ଭୋଟର ଅଛନ୍ତି । ୯୪.୬୧ ମ୍ୟାପିଂ ସରିଛି । ଏସଆଇଆର ଶେଷ ହେବା ବେଳେ ୪୫ହଜାର ୨୫୫ବୁଥ ହେବ। ପ୍ରତି ବୁଥରେ ୧୨୦୦ ଭୋଟର ରହିବେ । ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ବାହାର କରାଯିବ ।