କୁଜଙ୍ଗରେ ତୈଳ ସଂକଟ କେଉଁଠି ଭିଡ଼, କେଉଁଠି ବନ୍ଦ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ୍ ବ୍ୟବହାର ହ୍ରାସ
କୁଜଙ୍ଗରେ ତୈଳ ସଂକଟ କେଉଁଠି ଭିଡ଼, କେଉଁଠି ବନ୍ଦ ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ପେଟ୍ରୋଲ, ଡିଜେଲ୍ ବ୍ୟବହାର ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଏପଟେ ତେଲ ଗଚ୍ଛିତ ଥାଇ କୁଜଙ୍ଗ ଅଞ୍ଚଳର ଅନେକ ପେଟ୍ରୋଲ୍ ପମ୍ପରେ ତାଲା ଝୁଲୁଥିବା ବେଳେ କେତେକ ସ୍ଥାନରେ ପେଟ୍ରୋଲ, ଡିଜେଲ୍ ପାଇଁ ଲୋକଙ୍କ ଲମ୍ବାଧାଡ଼ି ଦେଖୁବାକୁ ମିଳିଛି। ଗତକାଲିଠାରୁ କୁଜଙ୍ଗରେ ଏକ ପ୍ରକାର ତୈଳ ସଂକଟ ଦେଖୁବାକୁ ମିଳିଛି। କୁଜଙ୍ଗ ବ୍ଳକ୍ ଅଞ୍ଚଳରେ ଥିବା ଅଧିକାଂଶ ପେଟ୍ରୋଲ୍ ପମ୍ପ ବନ୍ଦ ହୋଇଯାଇଥିବା ବେଳେ ତେଲ ପାଇଁ ବାଇକ୍ ଓ ଚାରିଚକିଆ ଗାଡ଼ି ଗୁଡ଼ିକ ଚକ୍କର କାଟୁଥିବା ଦେଖୁବାକୁ ମିଳିଛି। କୁଜଙ୍ଗ ବ୍ଳକ୍ ଅଞ୍ଚଳରେ ପ୍ରାୟ ୧୦ ଟି ପେଟ୍ରୋଲ ପମ୍ପ ରହିଛି। ଉକ୍ତ ପମ୍ପ ଗୁଡିକରେ ଆଜି ସକାଳ ସୁଦ୍ଧା ପେର୍ଟାଲ ଡିଜେଲ୍ ଷ୍ଟକ୍ ରହିଥିଲା। ମାତ୍ର ଏତେ ପରିମାଣର ତୈଳ ଷ୍ଟକ୍ ଥିବା ସତ୍ତ୍ୱେ ୨ ଦିନ ହେଲା ପମ୍ପ ଗୁଡ଼ିକରେ ତୈଳର ଘୋର ଅଭାବ ଦେଖାଦେଇଛି। ଆଜି ସକାଳ ଠାରୁ କୁଜଙ୍ଗ ଷଣ୍ଢପୁର ସନ୍ନିକଟ ପେଟ୍ରୋଲ୍ ପମ୍ପ, ପଦର ନମ୍ବର ପେଟ୍ରୋଲ୍ ପମ୍ପରେ ତେଲ ଷ୍ଟକ ଥାଇ ପେଟ୍ରୋଲ ଓ ଡିଜେଲ ଦାବପାଇଁ କିଛି ସମୟ ବନ୍ଦ୍ କରି ଲୋକକୁ ହଇରାଣ ହୋଇ ଫେରୁଥୁବା ଦେଖିବାକୁ ମିଳିଛି। ସେହିପରି ବଳରାମପୁର, ରାହାମା ଠାରେ ଥିବା ପେଟ୍ରୋଲ ପମ୍ପରେ ମଧ୍ୟ ଗତକାଲି ଅପରାହ୍ନ ୫ଗରୁ ପେଟ୍ରୋଲ ନାହିଁ । ଫଳରେ ଗ୍ରାହକମାନେ ଏଣେତେଣେ ଦୌଡ଼ି ନୟାତ ହୋଇଛନ୍ତି। ଏପରିକି ଆଜି ଆଜି କୁଜଙ୍ଗ, ବାଲିତୁଠ, ରାହାମା, ଏରସମା ଅଞ୍ଚଳର ବହୁ ଗ୍ରାହକ ୧୫ନଂ ସ୍ଥିତ ବଳିୟାରସିଂ ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ ଆଣିଥିବା ଜଣାପଡିଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲ୍ ନାହିଁ ବୋଲି ଖବର ପ୍ରଚାରିତ ହେବା ପରେ ଗ୍ରାମାଞ୍ଚଳର ବିଭିନ୍ନ ଘରୋଇ ଦୋକାନରେ ଏବେ ପେଟ୍ରୋଲ୍ ଲିଟର ଉଚା ଦରରେ ବିକ୍ରି ହେଉଛି। ଏସମ୍ପର୍କରେ ପେଟ୍ରୋଲ ପମ୍ପର ଜଣେ ସତ୍ତ୍ଵାଧୁକାରୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଅର୍ଜର ବୁକ୍ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ପେଟ୍ରୋଲ ଡିଜେଲ ମିଳୁଥିଲା। କିନ୍ତୁ ଏବେ ମିଳୁ ନାହିଁ କୁଜଙ୍ଗ ରୁ ବାବୁଲି ଚନ୍ଦ୍ର ଦାସ ଙ୍କ ରିପୋର୍ଟ୍ HRTV ଓଡ଼ିଆ