ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହୃତ ପାଇଲଟ ଗାଡ଼ିକୁ ହଟାଇଲେ ଉପ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ସ୍ୱୀକାର କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ପାଇଲଟ ଓ ଏସକର୍ଟ ଗାଡି ଗୁଡିକୁ ହଟେଇ ଦେଇଛନ୍ତି। ଆଜିଠାରୁ ସଚିବାଳୟ ଯିବା କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କେବଳ ଏକମାତ୍ର ଗାଡ଼ିର ବ୍ୟବହାର କରିବେ। ଏହା ପୁର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ନିଜ ଏସକର୍ଟ ଗାଡି ଗୁଡିକୁ ଅଧା କରି ଦେଇଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱରେ ଦେଖାଦେଇଥିବା ତୈଳ ସଂକଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ, ବିଶେଷକରି ପେଟ୍ରୋଲ ବ୍ୟବହାର କମ୍ କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହିତ, ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ ଗୁରୁତ୍ୱ ଦେଇ, ବ୍ୟକ୍ତିଗତ ଗାଡିରେ ଯିବାଆସିବା କମ୍ କରି ଦେଇଛନ୍ତି।