୧୮ ତାରିଖ ଯାଏଁ କାଳବୈଶାଖୀ ବର୍ଷା ଲାଗି ରହିବ 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବିଜୁଳି ଘଡଘଡି ବର୍ଷା ହେବାକୁ ଥିବା ବେଳେ ୭ ଜିଲ୍ଲା, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଅନୁଗୋଳ ଓ ଢେଙ୍କାନାଳରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ଏସବୁ ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଆସନ୍ତାକାଲି ନୂଆପଡା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ, ବରଗଡ଼ ଓ ଝାରସୁଗୁଡା, ଏହି ୭ ଜିଲ୍ଲାକୁ ଛାଡି ଅନ୍ୟ ୨୩ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ ୩୦ରୁ ୫୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୮ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ ।