ଅମୂଲ ବଢାଇଲା କ୍ଷୀରର ଦାମ, ଲିଟର ପିଛା ୨ ଟଙ୍କାକୁ ବୃଦ୍ଧି

ସାଧାରଣ ଲୋକଙ୍କ ରୋଷେଇରେ ପୁଣି ମହଙ୍ଗା ମାଡ଼ । ଦେଶରେ ସବୁଠୁ ବଡ ନାମି କମ୍ପାନୀ ଅମୂଲ ସାରା ଦେଶରେ ଏକ ଲିଟର କ୍ଷୀର ମୂଲ୍ୟ ପିଛା ୨ଟଙ୍କାକୁ ବୃଦ୍ଧି କରିଛି । ଗ୍ରାହକମାନଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ଲିଟର ପିଛା ୨ ଟଙ୍କା ବୃଦ୍ଧି ମେ’ ୧୪ ତାରିଖରୁ କାର୍ଯ୍ୟକାରୀ ହୋଇଛି। ଏହାର ଅର୍ଥ ହେଉଛି ମେ ୧୪ ତାରିଖରୁ ଗ୍ରାହକମାନଙ୍କୁ ଏବେ ଖୁଚୁରା ବଜାର ଏବଂ ଷ୍ଟୋରରେ ଅମୂଲ କ୍ଷୀର କିଣିବା ପାଇଁ ନୂତନ ଦର ଦେବାକୁ ପଡ଼ିବ।ଦେଶବ୍ୟାପୀ ଅମୂଲ ଦ୍ୱାରା ପ୍ରତି ଲିଟର ପିଛା ୨ ଟଙ୍କା ବୃଦ୍ଧି, ମେ’ ୧୪ ତାରିଖରୁ କାର୍ଯ୍ୟକାରୀ ହେବା ଦ୍ୱାରା, ଲକ୍ଷ ଲକ୍ଷ ଗ୍ରାହକଙ୍କ ଦୈନନ୍ଦିନ ଆବଶ୍ୟକତା ଏବଂ ପରିବାର ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ।ଅମୂଲର କହିବା ଅନୁସାରେ ଚାଷୀଙ୍କୁ ଉଚିତ ଦାମ ଦେବା ଏବଂ ବ୍ୟବସାୟୀଙ୍କୁ ମଜବୁତ କରିବା ପାଇଁ ସାମାନ୍ୟ ଦର ବଢିଛି । କମ୍ପାନୀର କହିବା ଅନୁସାରେ ଲାଭର ଅଧିକାଂଶ ଭାଗ ସିଧାସଳଖ ଚାଷୀଙ୍କ ଖାତାକୁ ଯିବ । ଯାହାଦ୍ବାରା ଚାଷୀ ଅଧିକ ଲାଭବାନ ହେବା ସହ ପଶୁପାଳନ କ୍ଷେତ୍ରରେ ଉନ୍ନତି ଆସିବ ।