କୋଇଲିମୁଣ୍ଡାରେ ନାଟକ ପ୍ରତିଯୋଗିତା, ବଡ଼ ଡୋହେଲ ପ୍ରଥମ

ଚନ୍ଦାହାଣ୍ଡି – ତା ୧୩. ୦୫( ପୀତାମ୍ବର ସୋରୀ ) ପାରମ୍ପରିକ ଯାତ୍ରା ମଣ୍ଡେଇ ୨୦୨୬ ଆଜି କୋଇଲିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ମଣ୍ଡେଇ କାର୍ଯ୍ୟକ୍ରମ ରେ ଅଞ୍ଚଳର ଅନେକ ଗ୍ରାମର ଦେବଦେବୀଙ୍କ ଲାଠି ବିମାନ ସହ ପଡୋଶୀ ଛତିଶଗଡ଼, କଳାହାଣ୍ଡି ନୂଆପଡା ଓ ନବରଙ୍ଗପୁର ଜିଲ୍ଲା ରେ ଅନେକ ଗ୍ରାମରୁ ଶ୍ରଦ୍ଧାଳୁ ମାନେ ହଜାର ହଜାର ସଂଖ୍ୟାରେ ଆସି ମାଆ ଙ୍କ ଦର୍ଶନ କରିଥିଲେ l ଆଜି ମଣ୍ଡେଇ ଉପଲକ୍ଷେ କଳାପ୍ରିୟ ଦର୍ଶକ ଦର୍ଶିକାଙ୍କ ମନୋରଞ୍ଜନ ନିମନ୍ତେ ସରପଞ୍ଚ ହରଲାଲ ଝାଙ୍କର ଙ୍କ ସଭାପତିତ୍ବରେ ଏକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ସୁଦୂର କଳାହାଣ୍ଡି ର ପାଞ୍ଜିଆ, ନୂଆପଡା ଜିଲ୍ଲା ଅନ୍ତର୍ଗତ ବଡ଼ ଡୋହେଲ, ଛତିଶଗଡ଼ ର କୋଡ଼କି ପାରା, ଓ ଧଁରାଝୋଲାର ନାଟକ ଭାଗ ନେଇଥିଲେ l

ପ୍ରତିଯୋଗିତା ରେ ନୂଆପଡା ଜିଲ୍ଲା ଅନ୍ତର୍ଗତ ବଡ଼ ଡୋହେଲ ର ନାଟକ ଲୁହରେ ଲେଖା ମୋ କପାଳ ରେଖା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲା ଧଁରାଝୋଲା ର ଦୁର୍ଯ୍ୟୋଧନ ଲେଖୁଛି ମହାଭାରତ, ତୃତୀୟ ସ୍ଥାନ ରେ କୋକଡ଼ିପାରା ର ନିଜ ଭଉଣୀକୁ ପକାଇ ବନ୍ଦା ଭାଇ କରୁଅଛି ଗୋରଖ ଧନ୍ଦା ଓ ପାଞ୍ଜିଆର ରାକ୍ଷୀ ଭିଜିଗଲା ଆଖି ଲୁହରେ ନାଟକ ଚତୁର୍ଥ ସ୍ଥାନ ଅଧିକାର କରିଥିଲା l ତେବେ ସମସ୍ତ ନାଟକ ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ନାଟ୍ୟ ନାୟକ ନାଟ୍ୟ ନାୟିକା, ଖଳନାୟକ, ରାଜା ଭୂମିକା ଅଂଶଗ୍ରହଣ କାରୀ କଳାକାର, କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର ସହଯୋଗକାରୀ କଳାକାର ଓ ବିଚାରକ ମଣ୍ଡଳୀର ବିଚାରପତି ମାନଙ୍କୁ ମଧ୍ୟ ମାନପତ୍ର ମାନ ପ୍ରଦାନ କରାଯାଇଥିଲା l ଆଜିର ଏହି ନାଟକ ପ୍ରତିଯୋଗିତା ରେ ବିଚାରକ ରୂପେ ନାଟ୍ୟକାର ପୀତାମ୍ବର ସୋରୀ, କଳା ବିଶାରଦ ମହେଶ୍ୱର ଦାସ, ବ୍ଲକ କଳା ଓ ସଂସ୍କୃତି ସଙ୍ଘ ଉପସଭାପତି ଭୀମସେନ ଡଙ୍ଗରୀ, ବରିଷ୍ଠ କଳାକାର ରୂପଧର ସୁନାନୀ ପ୍ରମୁଖ ଯୋଗଦେଇ କଳାକାରଙ୍କ ସ୍ଥାନ ନିରୂପଣ କରିଥିଲେ l ଆଜିର ଏହି ନାଟକ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ମାଳପଡା, ଝୁଲେନବର, କୋଦଭଟା, କୋଇଲିମୁଣ୍ଡା ଗ୍ରାମର ସମସ୍ତ ଜନସାଧାରଣ ସହଯୋଗ କରି ସମିତିର ତତ୍ୱାବଧାନ ରେ ସମ୍ପାଦନ କରିଥିଲେ l