ପର୍ଯ୍ୟଟକଙ୍କ ପାଇଁଅସୁରକ୍ଷିତ ଚନ୍ଦ୍ରଭାଗା ସମୁଦ୍ରରେ ସ୍ନାନ । ଅଳ୍ପେକେ ବଞ୍ଚିଲା ଜୀବନ
କୋଣାର୍କ:-14/05/2026 ସାମୁଦ୍ରିକ ପର୍ଯ୍ୟଟନ କୁ ନେଇ ବିଭିନ୍ନ ସମୟରେ ସମୁଦ୍ର କୂଳରେ ପର୍ଯ୍ୟଟକ ମାନଙ୍କୁ ଯେତେ ସଚେତନ କଲେ ମଧ୍ୟ । କିଛି ଅମାନିଆ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ପାଇଁ ଯାଇଥାନ୍ତି । ଆଜି କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୁ ରାକେଶ ମାହାରି ନାମକ ୧୯ ବର୍ଷୀୟ ଯୁବକ ଅସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କଲା ବେଳେ ଧୀରେ ଧୀରେ ସମୁଦ୍ର ଭିତରକୁ ଚାଲି ଯାଇଥିଲେ ଏହି ସମୟରେ ଏସ ରାମା ବାବୁ ନାମକ ଲାଇଫଗାଡ଼ ସଙ୍ଗେ ସଙ୍ଗେ ବୁଡି ଯାଉଥିବା ରାକେସ କୁ ଉଦ୍ଧାର କରିବାକୁ ଆଇ 20ମିନିଟ ରେ ଉନ୍ଧାର କରିଥିଲେ । ଚନ୍ଦ୍ରଭାଗା ସମୁଦ୍ର କୂଳରେ ବିଭିନ୍ନ ସମୟରେ ରିପ କରେଣ୍ଟ ବା ଭିତର ସ୍ରୋତର ସ୍ଥିତି ବଦଳି ଥାଏ । ଯେଉଁଠି ଭିତର ସ୍ରୋତ ମାତ୍ରା ପ୍ରବଳ ଥାଏ, ସେଠାରେ ଯାତ୍ରୀ ମାନେ ସ୍ନାନ କରିଲେ ପାଣି ଶହ ଭିତରକୁ ଭିଡି ହୋଇ ଚାଲିଯିବାର ଆଶଙ୍କା ଥାଏ। ଏହି ଭିତର ସ୍ରୋତ କୁ ଅନୁଭବୀ ଲାଇଫି ଗାର୍ଡ ମାନେ ପରଖି ପାରନ୍ତି। ତେଣୁ ସତର୍କତା ଅଭାବ ରୁ ପ୍ରତିବର୍ଷ ସମୁଦ୍ର ସ୍ନାନ ବେଳେ ଯାତ୍ରୀ ଙ୍କ ଜୀବନ ହାନୀ ହେଉଛି। ତେବେ ରାତି ପାହିଲେ ଏଠାକୁ ହଜାର ହଜାର ସଂଖ୍ୟରେ ପର୍ଯ୍ୟଟକ ଆସିଥାନ୍ତି ଏବଂ ଏଠାରେ ସ୍ନାନ କରିଥାନ୍ତି । କମ ସଂଖ୍ୟକ ଲାଇଫଗାଡ଼ ଥିବାରୁ ଏତେ ସଂଖ୍ୟକ ପର୍ଯ୍ୟଟକଙ୍କୁ କ୍ରଣ୍ଟ୍ରୋଲ କରିବା ଅସମ୍ଭବ ହୋଇଥାଏ ।ତେଣୁ ଅଧିକ ମାତ୍ର ରେ ଲାଇଫଗାଡ଼ ନିୟୁକ୍ତି ସହିତ ସଚେତନ ପାଇଁ ସାଧାରଣରେ ଦାବି ହେଉଛି ।କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ