ଧାନର MSP ବଢ଼ାଇଲେ କେନ୍ଦ୍ର ସରକାର,ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି

କେନ୍ଦ୍ର କ୍ୟାବିନେଟର ବୈଠକରେ ଚାଷୀ, ଭିତ୍ତିଭୂମି ଏବଂ ଶକ୍ତି କ୍ଷେତ୍ର ସହ ଜଡିତ ଅନେକ ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ୨୦୨୬-୨୭ ଖରିଫ ଋତୁ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଆସନ୍ତା ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୭୨ ଟଙ୍କା ବୃଦ୍ଧି କରିଛନ୍ତି । ଏହି ଦର ବୃଦ୍ଧି ପରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୪୪୧ ଟଙ୍କାରେ ପହଂଚିଛି । ସେହିଭଳି ଗ୍ରେଡ୍ ଏ ଧାନ କୁଇଣ୍ଟାଲ ପ୍ରତି ୨୪୬୧ ଟଙ୍କା ହୋଇଛି ।ସର୍ବନିମ୍ନ ସହାୟକ ମୂଲ୍ୟ (MSP) ହେଉଛି ଏକ ନିଶ୍ଚିତ ମୂଲ୍ୟ ଯାହା ଚାଷୀମାନେ ସେମାନଙ୍କ ଫସଲ ପାଇଁ ପାଆନ୍ତି । ଯଦିଓ ସେହି ଫସଲର ବଜାର ମୂଲ୍ୟ କମ୍ ଥାଏ। ଏହା ପଛରେ ଯୁକ୍ତି ହେଉଛି ଚାଷୀମାନେ ଯେଭଳି ବଜାର ମୂଲ୍ୟରେ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ନ ହୁଅନ୍ତି ଏବଂ ସେମାନଙ୍କ ଉତ୍ପାଦର ସର୍ବନିମ୍ନ ମୂଲ୍ୟ ପାଇଥାନ୍ତି ତାହା ନିଶ୍ଚିତ କରିବା।