ସନାତନକୁ ନେଇ ଉଦୟନିଧିଙ୍କ ଆପତ୍ତିଜନକ ମନ୍ତବ୍ୟ ଉପରେ ବିଜେପିର କଡ଼ା ପ୍ରତିକ୍ରିୟା

ତାମିଲନାଡୁ ରାଜନୀତି ତୀବ୍ର ଆଲୋଚନାର ବିଷୟ। ଗୋଟିଏ ପଟେ ଅଭିନେତା ବିଜୟ ପ୍ରଥମ ଥର ପାଇଁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ବୟାନ ଦେଇଛନ୍ତି।ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ମଙ୍ଗଳବାର ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଗତ ଥର ଯେତେବେଳେ ଉଦୟନିଧି ସନାତନ ଧର୍ମକୁ ନିଚିହ୍ନ କରିବା ବିଷୟରେ କହିଥିଲେ, କୋର୍ଟ ଏହାକୁ ଘୃଣା ଭାଷଣ ବୋଲି କହିଥିଲେ ଏବଂ ତାମିଲନାଡୁର ଲୋକମାନେ ତାଙ୍କ ଦଳକୁ ବିଧାନସଭାରେ ବିରୋଧୀ କରି ଠିଆ କରାଇଥିଲେ । କିଛି ସୀମା ଅଛି ଯାହା ଅତିକ୍ରମ କଲେ, ଏହାର ଭୟଙ୍କର ପରିଣାମ ହୋଇପାରେ । ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସକୁ ଉପହାସ ଏବଂ ଟାର୍ଗେଟ କରିବା ରାଜନୈତିକ ସାହସ ନୁହେଁ, ବରଂ ଏକ ନିର୍ବୋଧ ଅହଂକାର। ଏଥର ଦିବ୍ୟ ଦଣ୍ଡ ଅତ୍ୟନ୍ତ କଠୋର ହେବ। ଉଦୟନିଧି ଏଭଳି ଆପତ୍ତିଜନକ ବକ୍ତବ୍ୟ ଦେବା ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭାରେ ଉପସ୍ଥିତ ଥିଲେ ।ନୂତନ ସରକାର ଗଠନ ହେବା ପରେ, ତାମିଲନାଡୁ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା। ଗୃହକୁ ସମ୍ବୋଧିତ କରିବା ସମୟରେ ଉଦୟନିଧି ଷ୍ଟାଲିନ କହିଥିଲେ ଯେ ସନାତନବାଦ – ଯାହା ଲୋକଙ୍କୁ ବିଭାଜିତ କରିଛି – ତାହାର ଅନ୍ତ ଘଟାଇବା ଆବଶ୍ୟକ। ସେ ଦୃଢ଼ ଭାବରେ କହିଥିଲେ ଯେ ସନାତନମ, ଜନସଂଖ୍ୟାକୁ ବିଭାଜିତ କରିବାରେ ସାହାଯ୍ୟ କରିଥିବାରୁ, ଏହାକୁ ସମ୍ପୂର୍ଣ୍ଣ ଭାବରେ ଉପାଡ଼ି ଦିଆଯିବା ଉଚିତ।