ଥାନା ଅଧିକାରୀ ଓ ବିଶ୍ୱ ଯୁବ କେନ୍ଦ୍ର ମିଳିତ ଭାବେ ଚଢ଼ାଉ ବେଳେ ଜଣେ ଶିଶୁ ଶ୍ରମିକ ଉଦ୍ଧାର
ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା ଗ୍ରାମ ର ପ୍ରଧାନ ସାହି ଠାରେ ପାଚେରୀ କାମ ଚାଲିଥିବା ସମୟରେ ଥାନା ଅଧିକାରୀ ଓ ବିଶ୍ୱ ଯୁବ କେନ୍ଦ୍ର ମିଳିତ ଭାବେ ଚଢ଼ାଉ ବେଳେ ଜଣେ ଶିଶୁ ଶ୍ରମିକ କୁ ଉଦ୍ଧାର କରାଯାଇଛି l ସୂଚନା ଅନୁଯାୟୀ ଛେଣ୍ଡିପଦା ଅଞ୍ଚଳ ରେ ବାଳ ଶ୍ରମିକ କୁ କାମ ରେ ନିୟୋଜିତ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା l ଚଢାଉରେ ଥାନା ଅଧିକାରୀ ଏବଂ ବିଶ୍ୱ ଯୁବ କେନ୍ଦ୍ର ର ପ୍ରକଳ୍ପ ସହଯୋଗୀ ଶ୍ରୀମତୀ ସୁନୀତା ମାଝୀ, ଜିଲ୍ଲା ଶିଶୁ କଲ୍ୟାଣ କମିଟି ପ୍ରତିନିଧି ଉତ୍କଳ ବାଳାଶ୍ରମ ଉପସ୍ଥିତ ଥିଲେ l ଉଦ୍ଧାର ହୋଇଥିବା ଶିଶୁ କୁ ଉପଯୁକ୍ତ ଯତ୍ନ ଓ ପୁନର୍ବାସ ବ୍ୟବସ୍ଥା ପାଇଁ ଉତ୍କଳ ବାଳାଶ୍ରମ ରେ ରଖାଯାଇଛି l