କାଲିଠୁ ରାଜ୍ୟରେ ହାଲୁକା ବର୍ଷା: ୨୨ ତାରିଖରୁ ବଢ଼ିବ ଶୀତ
ବାତ୍ୟା ଅକଓ୍ବାନ୍ ଏବେ ଡିପ୍ ଡିପ୍ରେସନ ଅବସ୍ଥାରେ ଥିବା ବେଳେ ଆଗାମୀ ୬ଘଣ୍ଟା ଭିତରେ ଏହା ଓ୍ବେଲ ମାର୍କ ଲୋ-ପ୍ରେସରରେ ପରିଣତ ହେବ । ଆଜି ରାତି ପର୍ଯ୍ୟନ୍ତ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା ଏବଂ କଟକ ଆଦି ଉପକୂଳବର୍ତ୍ତୀ ଓ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ବର୍ଷା ଲାଗି ରହିବ ।ଅନ୍ୟପକ୍ଷରେ, ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହୋଇ ଖରା ଆସିବା ପରେ ରାଜ୍ୟରେ ଶୀତ ଅନୁଭୂତ ହେବ । ବିଶେଷକରି ଆସନ୍ତା ୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଥିବାରୁ ଲୋକେ ଶୀତ ଅନୁଭବ କରିବେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।