ନଭେମ୍ବର ଶେଷ ସୁଦ୍ଧା ମିଳିବ ବକେୟା ଭତ୍ତା

ନଭେମ୍ବର ଶେଷରେ ମିଳିବ ବକେୟା ଭତ୍ତା । ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତାକୁ ନେଇ ବଡ଼ ଖବର ।ବୈଷୟିକ ତ୍ରୁଟି ବ୍ୟାଙ୍କ ଲିଙ୍କେଜ୍ ସମସ୍ୟା ଯୋଗୁଁ ଗତ ଏପ୍ରିଲ ମାସରୁ ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଭତ୍ତା । ଏନେଇ ନିଜେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି । ନଭେମ୍ବର ଶେଷ ସୁଦ୍ଧା ବକେୟା ଭତ୍ତା ମିଳିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ଲିଙ୍କ ସମସ୍ୟା ଯୋଗୁଁ ୭ ହଜାର ୯ ଶହ ୧୮ ହିତାଧିକାରୀଙ୍କ ଗତ ଏପ୍ରିଲ ମାସରୁ ବିଭିନ୍ନ ମାସରେ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପାଇଯାଇନଥିବା କଥା ସରକାରଙ୍କ ଅବଗତିରେ ଅଛି ।ଏଥିପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଟ୍ରେଜେରୀର ମିଳିତ ସହଯୋଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛୁଟି ପୂର୍ବରୁ ଭତ୍ତା ପାଇନଥିବା ହିତାଧିକାରୀମାନଙ୍କୁ ଚଳିତ ମାସ ଶେଷ ସୁଦ୍ଧା ବକେୟା ସହ ଭତ୍ତା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନାରେ ସମୁଦାୟ ୨୦ ଲକ୍ଷ ୩୩ ହଜାର ୯ ଶହ ୫୧ ଜଣ ହିତାଧିକାରୀ ଅଛନ୍ତି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ