ପରକୀୟା ପ୍ରୀତିରୁ ଭୟଙ୍କର ଷଡ଼ଯନ୍ତ୍ର, ମଙ୍ଗଳସୂତ୍ର ବନ୍ଧା ପକାଇ ସ୍ୱାମୀକୁ ହତ୍ୟା

ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାଶ କଲେ ଏସପି। ସ୍ତ୍ରୀ ସମେତ ୩ ଜଣଙ୍କୁ ଗିରଫ କଲା ସୁବର୍ଣ୍ଣପୁର ପୁଲିସ। ପତ୍ନୀଙ୍କ ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ କରିଥିଲା ଯୋଜନା। ସ୍ୱାମୀକୁ ହତ୍ୟା ପାଇଁ ମଙ୍ଗଳସୂତ୍ର ବନ୍ଧା ପକାଇ ବନ୍ଧୁକ କିଣିଥିଲେ ପତ୍ନୀ। ଜଣେ ବଣିଆ ନିକଟରେ ୪୫ ହଜାର ଟଙ୍କାରେ ବନ୍ଧକ ପକାଇଥିଲେ। ବନ୍ଧକ ଟଙ୍କାରେ ରାଉରକେଲାର ଜଣେ ବ୍ୟକ୍ତିଙ୍କ ଠାରୁ ବନ୍ଧୁକ ଓ ଗୁଳି କିଣିଥିଲେ। ପ୍ରେମିକ ଓ ଅନ୍ୟ ଜଣେ ଯୁବକଙ୍କୁ ଲଗାଇ ସ୍ୱାମୀକୁ ରାସ୍ତାରୁ ହଟାଇଥିଲେ। ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ପାଙ୍କେଲ୍ ଛକ ନିକଟରେ ଗତ ୧୭ ତାରିଖ ରାତିରେ ଘଟିଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ସୁବର୍ଣ୍ଣପୁର ପୋଲିସ। ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗଙ୍କୁ ବିଚ୍ ରାସ୍ତାରେ ଗୁଳି କରି କରାଯାଇଥିଲା ହତ୍ୟା ।