ସାଲିସ୍ କରିଥିବା ପ୍ରଧାନମନ୍ତ୍ରୀ ଏଭଳି ଟେବୁଲରେ ବସିପାରିବେନି -ଟ୍ରମ୍ପ, ସି ଜିନପିଙ୍ଗ ଓ ପୁଟିନଙ୍କ ବୈଠକ ଫଟୋ ସେୟାର କରି କହିଲେ ରାହୁଲ
ଆମେରିକା, ଚୀନ୍ ଓ ରୁଷିଆର ରାଷ୍ଟ୍ରମୁଖ୍ୟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ଝଡ଼ । ରାହୁଲ ଗାନ୍ଧି ନିଜ ଏକ୍ସ ଆକାଉଣ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏକ ବୈଠକର ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି, କଂଗ୍ରେସ କ୍ଷମତାରେ ଥିଲେ ଭାରତର ପ୍ରଧାନମନ୍ତ୍ରୀ ଏହି ଟେବୁଲରେ ବସିଥାନ୍ତେ । ଜଣେ ସାଲିସ୍ଯୁକ୍ତ ପ୍ରଧାନମନ୍ତ୍ରୀ କେବେ ବି ଏହି ଟେବୁଲରେ ବସିପାରିବେନି । ରାହୁଲଙ୍କ ଏହି ମନ୍ତବ୍ୟ ପରେ ବିଜେପି ନେତାମାନେ କଡ଼ା ଜବାବ ଦେଇଛନ୍ତି ।ରାହୁଲଙ୍କ ଏହି ପୋଷ୍ଟ ପରେ ବିଜେପି ନେତାମାନେ କଂଗ୍ରେସକୁ ପାଲଟା ଆକ୍ରମଣ କରିଛନ୍ତି। କଂଗ୍ରେସ ଶାସନ ସମୟରେ ଦେଶର ସ୍ୱାର୍ଥ ସହ ସାଲିସ୍ କରାଯାଇଥିବା ବିଜେପି ଅଭିଯୋଗ କରିଛି। ବିଜେପି ମୁଖପାତ୍ର ତୁହିନ ସିହ୍ନା କହିଛନ୍ତି, ଇନ୍ଦିରା ଗାନ୍ଧୀଙ୍କ ସରକାର ସମୟରେ ଶିମଲା ଚୁକ୍ତି ପରେ ପାକିସ୍ତାନୀ ଯୁଦ୍ଧବନ୍ଦୀମାନଙ୍କୁ ମୁକ୍ତ କରାଯାଇଥିଲା। ଏହାପରେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତୁହିନ ସିହ୍ନା ଆହୁରି ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଶାସନ ସମୟରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହ ୨୦୦୮ ଅଗଷ୍ଟ ୭ରେ ବେଜିଂଠାରେ ଏକ ଗୁପ୍ତ ବୁଝାମଣା ହୋଇଥିଲା। ଏହାପରେ ଚୀନ୍ ଅନୁପ୍ରବେଶ ବଢ଼ିଥିବା ସହ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍କୁ ଚୀନ୍ ପକ୍ଷରୁ ଅନୁଦାନ ମିଳିଥିବା ସେ ଦାବି କରିଛନ୍ତି।ଏହା ପୂର୍ବରୁ ମଧ୍ୟ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ବେଳେ ଭାରତର ବୈଦେଶିକ ନୀତିକୁ ନେଇ ରାହୁଲ ପ୍ରଶ୍ନ ଉଠାଇଥିଲେ । ବିଶ୍ୱ ରାଜନୀତିରେ ଭାରତ ନିଜର ସ୍ୱାଧୀନ ନିଷ୍ପତ୍ତି ନେବାର କ୍ଷମତା ହରାଉଛି ଏବଂ ଏକ ‘ସାଇଡ୍ ପ୍ଲେୟାର’ ହୋଇଯାଇଛି ବୋଲି ସେ କହିଥିଲେ । ଏହାର ଜବାବରେ ବିଜେପି ରାହୁଲଙ୍କୁ ‘ପାକିସ୍ତାନ ଫ୍ୟାନ୍ବୟ’ କହି ସମାଲୋ