ଏଲ୍-ନିନୋ ବର୍ଷରେ ବି କନ୍ଦାଇଲା ବାତ୍ୟା
ଚଳିତ ବର୍ଷ ପାଇଁ ଆଉ ବାତ୍ୟାର ପୂର୍ବାନୁମାନ କରିନାହିଁ IMD (ଭାରତୀୟ ପାଣିପାଗ ବିଭାଗ)। ଏବର୍ଷ ଏଯାଏଁ ୩ଟି ବାତ୍ୟା ଆସିଥିବା ବେଳେ ବର୍ଷକୁ ହାରାହାରି ପ୍ରାୟ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ପ୍ରାୟ ୫ଟି ବାତ୍ୟା ଆସିଥାଏ। ଏଯାବତ୍ ବଙ୍ଗୋପସାଗରରେ ୩ଟି ବାତ୍ୟା ସୃଷ୍ଟି ହୋଇ ସାରିଲାଣି। ୧୯୮୭ ମସିହା ପରେ ଆମେ ଏପରି ସ୍ଥିତିକୁ ସାମ୍ନା କରିଛୁ। ଷ୍ଟ୍ରଙ୍ଗ ଏଲନିନୋ ପାଇଁ ଏପରି ହେଲା ବୋଲି କୁହାଯାଇପାରିବ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର। ଆଜିଠାରୁ ପାଗ ଶୁଖିଲା ରହିବ । ତେଣୁ ଲଗାଣ ବର୍ଷା ପରେ ରାଜ୍ୟବାସୀଙ୍କୁ ମିଳିପାରେ ଆଶ୍ୱସ୍ତି। ଏବର୍ଷର ବାତ୍ୟା ଅନୁଭୂତି ଏବଂ ପୂର୍ବ ବର୍ଷଗୁଡ଼ିକର ତୁଳନା ଆଗାମୀ ଦିନରେ ପାଣିପାଗ ଅଧ୍ୟୟନ ପାଇଁ ଗୁରୁତ୍ୱ ରଖିବ।