ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ପଶୁଧନ ନିରୀକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘର ପଶୁଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବସିଡି ଟଙ୍କା କରାଇ ଦେବାକୁ କହି ଜଣେ ହିତାଧିକାରୀଙ୍କ ଠାରୁ ନେଉଥିଲେ ଲାଞ୍ଚ।ବର୍ତ୍ତମାନ ଭିଜିଲାନ୍ସ ର ଏକ ଟିମ ତାଙ୍କ ରାଇଘର ସ୍ଥିତ ବାସଗୃହ ସହ ତିନୋଟି ସ୍ଥାନରେ ରେଡ଼ କରୁଥିବାର ମିଳିଛି ସୂଚନା । ରାଇଘର ସ୍ଥିତ ପୈତୃକ ବାସଗୃହ ପାୱାରବେଲା ୧ ଏବଂ ରାଇଘର ଡିଏନକେ ସ୍ଥିତ ବାସ ଗୃହରେ ଏବଂ ଅଫିସ କାର୍ଯ୍ୟାଳୟ ରେ ରେଡ଼ ଚାଲିଛି।ପ୍ରଫୁଲ୍ଲ ହାଲାଦାରଙ୍କ ଆବାସିକ ଗୃହରୁ ଏପର୍ଯ୍ୟନ୍ତ ନଗଦ ୮ ଲକ୍ଷ ୨୪ ହଜାର ଟଙ୍କା ଠାବ କରାଯାଇ ଜବତ କରାଯାଇଛି।