ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ, ଏକତରଫା ପ୍ରେମରୁ ନୃଶଂସ କାଣ୍ଡ
ଯୁବତୀଙ୍କୁ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଏକତରଫା ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବତୀଙ୍କ ଘରେ ନିଆଁ ଲଗାଇଲା ଦେଲା ପ୍ରେମିକ । ଜଣେ ୨୬ ବର୍ଷୀୟ ଯୁବତୀ ଗତକାଲି ରାତିରେ ଘରେ ଶୋଇଥିଲେ। ପ୍ରବଳ ଗରମ ଯୋଗୁଁ ଘରର ଝରକା ଖୋଲା ଥିଲା। ଝରକା ଖୋଲା ଥିବାର ସୁଯୋଗ ନେଇ ଅଧରାତିରେ ଯୁବକ ଜଣକ ପହଞ୍ଚି ଥିଲା। ପ୍ରେମ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିବା ଯୁବତୀଙ୍କ ଉପରେ ହତାସ ପ୍ରେମିକ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲା। ବିଶ୍ରାର ସନ୍ତୋଷପୁର ଅଞ୍ଚଳରେ ଘଟିଥିବା ଏହି ଅମାନବୀୟ ଘଟଣା ଯୋଗୁଁ ଯୁବତୀଙ୍କ ଶରୀରର ୭୦ ପ୍ରତିଶତ ଜଳି ଯାଇଛିlପେଟ୍ରୋଲ ନିଆଁରେ ଜଳି ଯାଇଥିବା ଯୁବତୀଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଏକତରଫା ପ୍ରେମକୁକୁ ଜଣେ ଯୁବକ ଏପରି ଘଟଣା ଘଟାଇଛି ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। । ଅଭିଯୁକ୍ତ ଫେରାର ରହିଥିବା ବେଳେ ଗିରଫ ପାଇଁ ପଦକ୍ଷେପ ଆରମ୍ଭ କରିଛି ପୋଲିସ ।