ସ୍ନାନ ପୂର୍ଣ୍ଣିମା ନିମନ୍ତେ ପୁରୀରେ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି
ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ଅର୍ଥାତ୍ ସୋମବାର ସ୍ନାନପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି।ପୁରୀ ପୋଲିସ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି କରିଛି । ଭୁବନେଶ୍ୱର-ବ୍ରହ୍ମଗିରି-କୋଣାର୍କ ପଟୁ ଦୁଇ ଚକିଆରେ ପୁରୀ ଗଲେ ମାର୍କେଟ୍ ଛକ ପର୍ଯ୍ୟନ୍ତ ଅନୁମତି ମିଳିବ । ମ୍ୟୁନିସିପାଲିଟି ମାର୍କେଟିଂ କମ୍ପ୍ଲେକ୍ସରେ ଗାଡ଼ି ରଖିବେ । ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ଫୁଲ୍ ଥିଲେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ ଯାତ୍ରୀ ।ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିଲେ ନରେନ୍ଦ୍ର କୋଣରୁ ଜଟିଆ ବାବା ଛକ ଦେଇ ଫେରିବେ । ସେହିପରି ମ୍ୟୁନସିପାଲିଟି ମାର୍କେଟ କମ୍ପ୍ଲକ୍ସରେ ପାର୍କିଂ କରିଥିଲେ ମେଡିକାଲ ଛକ ଦେଇ ଫେରିବେ । ଯାତ୍ରୀ ଦୁଇ ଚକିଆରେ ସମୁଦ୍ର କୂଳକୁ ଆସୁଥିଲେ ଭିଆଇପି ରୋଡ୍ ଦେଇ ଦିଗବାରିଣିରେ ପାର୍କିଂ କରିବେ।ହାଲୁକା ଯାନ ନେଇ ଭୁବନେଶ୍ୱର ପଟୁ ପୁରୀ ଯାଉଥିଲେ, ସାକ୍ଷୀଗୋପାଳ- ମାଳତିପାଟପୁର-ବାଟଗାଁ-ଶ୍ରୀସେତୁ ଦେଇ ନ୍ୟୁ JBPCରେ ପାର୍କିଂ କରିବେ । ନ୍ୟୁ JBPC ପାର୍କିଂ ଫୁଲ୍ ଥିଲେ ଜେଲ୍ ରୋଡ୍ ରେ ପାର୍କିଂ କରିବେ । ଜେଲ୍ ରୋଡ୍ ପାର୍କିଂ ଫୁଲ୍ ଥିଲେ ମେଡିକାଲ ଛକ- ବଡଶଙ୍ଖ ଦେଇ ଶରଧା ବାଲି ନିକଟରେ ପାର୍କିଂ କରି ପାରିବେ ଯାତ୍ରୀ । ଶରଧାବାଲି ପାର୍କିଂ ଫୁଲ୍ ଥିଲେ ଯାତ୍ରୀ ମେଡିକାଲ ଛକ-ଭିଆଇପି ରୋଡ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଏବଂ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖି ପାରିବେ। ସବୁ ପାର୍କିଂ ଫୁଲ୍ ଥିଲେ ଯାତ୍ରୀ ମାଳତିପାଟପୁର-ଆରଓବି-ବାଇଦାସ ନଗର- ଗ୍ରୀଡ ଷ୍ଟେସନ-ଭୂଦାନ ଛକ ଦେଇ ତାଳବଣିଆ ପାର୍କିଂରେ ଗାଡ଼ି ରଖିବେ ।
ଯାତ୍ରୀ କୋଣାର୍କ ପଟୁ ଆସୁଥିଲେ ବାଇଦାସ ନଗର- ଗ୍ରୀଡ ଷ୍ଟେସନ- ପେଣ୍ଠକଟା- ସିଟି ରୋଡ୍- ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍ ପାର୍କିଂ ଓ ହୋଟେଲ ନୀଳାଚଳ ଅଶୋକ ପାର୍କିଂରେ ଗାଡ଼ି ରଖିବେ। ବ୍ଲୁ ଫ୍ଲାଗ୍ ବିଚ୍ ପାର୍କିଂ ଓ ହେଟେଲ ନୀଳାଚଳନ ଆଶୋକ ପାର୍କିଂ ଫୁଲ ହେଲେ ଯାତ୍ରୀ ଭୁଦାନ ଛକ ଦେଇ ତାଳବଣିଆ ପାର୍କିଂ-ଆଇଟିଆଇ ପାର୍କିଂରେ ଗାଡ଼ି ରଖିବେ ।