ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OTAS ଅଫିସର ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ
ବହୁ ଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ବଡ଼ ଆକ୍ସନ। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ୍ ତଥା OTAS ଭୀମସେନ ଟୁଡୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ତାଙ୍କର ପ୍ରଶିକ୍ଷଣ ଓ ଚୂଡ଼ାନ୍ତ ପରୀକ୍ଷାରେ ଅନୁପସ୍ଥିତ ରହିବା ସହ ଏହି ସଙ୍ଗୀନ ମାମଲାରେ ସଂପୃକ୍ତିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହିଷ୍କାର ଆଦେଶ ଦେଇଛନ୍ତି। ଭବିଷ୍ୟତରେ ମଧ୍ୟ ଭୀମସେନ ଟୁଡୁ ଆଉ କୌଣସି ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ।ଏହା ପୂର୍ବରୁ ଜୁନ ୨୨ ତାରିଖରେ ପୋଲିସକୁ ଭୀମସେନ ଟୁଡୁଙ୍କ ୨ ଦିନିଆ ଜାମିନ ଅନୁମତି ମିଳିଥିଲା। ଆଉ ଏହି ୨ ଦିନରେ ପୋଲିସ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ଆଉ ତଦନ୍ତ କ୍ରମେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।