ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ମାନସିକ

ଅଦ୍ୟ ତା ୨୬/୬/୨୦୨୬ ରିଖ ଗୁରୁବାର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଦ୍ୱାରା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ମଦନ ମୋହନ ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ଡକ୍ଟର ରଶ୍ମିତା ଭଞ୍ଜ ଦେଓ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର ବିଶ୍ୱ ଯୁବ କେନ୍ଦ୍ର ନିର୍ଦ୍ଦେଶକ ଓ ଶ୍ରୀଯୁକ୍ତ ରାଜୀବ କୁମାର କର୍ମୀ ରାଜ୍ୟ ସଂଯୋଜକ ବେସିକ୍ ନିଡ୍ସ ଇଣ୍ଡିଆ , ବାଙ୍ଗାଲୋର । ମାନସିକ ରୋଗୀଙ୍କର୍ ଚିକିତ୍ସ। ସମ୍ବଦ୍ଧରେ ଆଲୋଚନା କରିଥିଲେ। ତାଙ୍କର ଦୈନିକ ମେଡିସିନି ଖାଇବା, ମାନସିକ ଭ ତା , ଗୃହ ବ୍ୟବସ୍ଥା ତଥା ସେମାନେ କେମିତି ମୁଖ୍ୟ ସ୍ରୋତରେ ସାମିଲ୍ ହେବେ ସେ ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ପ୍ରୋଗାର୍ମକୁ , ସୁବାସିନୀ ସାହୁ , ପୁଷ୍ପଲତା ପ୍ରଧାନ, ପୁନିଆ ସାହୁ, ଜସ୍ମିତ। ପ୍ରଧାନ, ସମସ୍ତ କମ୍ୟୁନିଟୀ ଭଲ୍ୟୁଏନଟିଆର ତଥା ଆଶା ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରି ଓ ଡ.ରଶ୍ମିତା ଭଞ୍ଜଦେଓ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ୟୁନିଟ୍‌ରେ ଆବଶ୍ୟକ ମାନସିକ ରୋଗ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଔଷଧ ନିଶୁଳ୍କ ଉପଲବ୍ଧ କରାଯାଏ। ଏଥିରେ ଅବସାଦ, ଉଦ୍ବେଗ, ସ୍କିଜୋଫ୍ରେନିଆ ଓ ଅନ୍ୟାନ୍ୟ ମାନସିକ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଔଷଧ ସାମିଲ ରହିଥାଏ। ଔଷଧର ଉପଲବ୍ଧତା ଜିଲ୍ଲାର ଷ୍ଟକ୍ ଅନୁଯାୟୀ ପରିବର୍ତ୍ତନଶୀଳ ହୋଇପାରେ।ମାନସିକ ରୋଗୀଙ୍କ ପାଇଁ ନିୟମିତ ଫଲୋ-ଅପ୍ ଅତ୍ୟନ୍ତ ଜରୁରୀ। ଏହା ଦ୍ୱାରା ରୋଗର ଉନ୍ନତି ନିରୀକ୍ଷଣ କରାଯାଏ।ଔଷଧର ପ୍ରଭାବ ଓ ପାର୍ଶ୍ୱ ପ୍ରତିକ୍ରିୟା ଜାଣିହେବ।ରୋଗ ପୁନର୍ବାର ବଢ଼ିବାର ଆଶଙ୍କା କମିଥାଏ।ରୋଗୀ ନିୟମିତ ଔଷଧ ସେବନ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରାଯାଏ।ରୋଗୀ ଓ ପରିବାରକୁ ଆବଶ୍ୟକ ପରାମର୍ଶ ଦିଆଯାଏ। ଏହି ସବୁ ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସାଙ୍ଗ କରାଗଲା।