ଗଣିଆରେ ମଣ୍ଡଳ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ ଅନୁଷ୍ଠିତ
ଗଣିଆ, (ବିଶ୍ୱରଂଜନ ସେଠି ): ଗଣିଆ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ମଣ୍ଡଳ ସ୍ତରୀୟ ‘ସେବା ସଂକଳ୍ପ ଅଭିଯାନ’ କାର୍ଯ୍ୟକ୍ରମ ଆନନ୍ଦ-ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ (BEO) ଲିପସା ନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠି ଯୋଗଦେଇଥିବାବେଳେ ସାମ୍ନାନୀତ ଅତିଥିଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି (ABEO/BRCC) ବିନୋଦିନୀ ପଣ୍ଡା, ସମିତି ସଭ୍ୟ ଫକୀର ମୋହନ ଡାକୁଆ ଯୋଗଦେଇଥିବା ବେଳେ ସିଆରସିସି (CRCC) ସୁଶାନ୍ତ ରଣା, ରାଧାମୋହନ ନାୟକ ସୁନୀଲ କୁମାର ସାହୁ ଉପସ୍ଥିତ ରହି କାଯ୍ୟକ୍ରମକୁ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା (ଡିବେଟ) ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜୁନିୟର ଓ ସିନିଅର ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମଣ୍ଡଳ ସ୍ତରରେ ପୁରସ୍କାର ବଣ୍ଟନ କରାଯିବା ସହ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ଆଙ୍କିତ ଉଚ୍ଚକୋଟୀର ଚିତ୍ରକଳାକୁ ଦେଖି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସେଠି ଭୂୟସୀ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ।ସମସ୍ତ ସିଆରସିସି (CRCC) ମିଳିତ ଭାବେ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ।