ବିଶ୍ୱ ଯୁବ କେନ୍ଦ୍ର ଅନୁଷ୍ଠାନ ତରଫରୁ ବାଲ୍ୟ ବିବାହକୁ ନା, ଶିକ୍ଷା କୁ ହଁ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ବଳରାମପୁର ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ୱ ଯୁବ କେନ୍ଦ୍ର, ଜଷ୍ଟ ରାଇଟ ଫର୍ ଚିଲ୍ଡରେନ୍ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ବିଶ୍ୱ ଯୁବ କେନ୍ଦ୍ରର ମନସ୍ମିତା ନାୟକ ସମସ୍ତେ ଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବାଲ୍ୟ ବିବାହ ନିଷେଧ ଆଇନ 2006 ବିଷୟରେ ସଚେତନତା ବାଲ୍ୟ ବିବାହ ପାଇଁ ଝିଅ ଉପରେ ପଡୁଥିବା ଶାରୀରିକ, ମାନସିକ, ତଥା ଆର୍ଥିକ ଚାପ ଶିକ୍ଷା ତଥା ଆତ୍ମ ନିର୍ଭରଶୀଳତା ଅଭାବ ସାମାଜିକ କୁପରିଣାମ ବାଲ୍ୟ ବିବାହ କ୍ଷେତ୍ରରେ ଆୟୋଜିନକ।ରି, ଯୋଗ ଦେଇଥିବା ଅତିଥି, ବିଭିନ୍ନ ସହଯୋଗୀ ଙ୍କୁ ଦଣ୍ଡ ବିଧାନ ନିରାକରଣ ଉପରେ ଆଲୋଚନା କରିଥିଲେ।

ଏହା ବ୍ୟତୀତ ବାଲ୍ୟ ବିବାହ ରୋକିବା ସହ ଶିଶୁ ମାନଙ୍କୁ ଶିକ୍ଷା ର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ନାମ ଲେଖାଇବା ଓ ସଚେତନତା ଅଭିଯାନ ରେ ଆୟୋଜନ କରାଯାଇଛି। ବିଦ୍ୟାଳୟରୁ ବାହାରେ ଥିବା ଶିଶୁ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ନାମଲେଖା ଓ ନିୟମିତ ଉପସ୍ଥାନ ନିଶ୍ଚିନ୍ତ କରିବା ପାଇଁ ବିଶ୍ବ ଯୁବ କେନ୍ଦ୍ର, ଶିକ୍ଷକ ଓ ଅଭିଭାବକଙ୍କ ସହିଯୋଗ ନିଆଯାଉଛ।ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନର୍ଯାତନା ଉପରେ ଆଲୋଚନା କରାଯାଇଥିଲା। ସର୍ବ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ବାଲ୍ୟ ବିବାହ ର ଶପଥ ପାଠ କରି ସଭା ସାଙ୍ଗ କରଗଲା।