ଗାଣିଆ ମହାବୀର ବଣିକ ସଂଘ ତରଫରୁ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗାଣିଆ:(ବିଶ୍ୱରଂଜନ ସେଠି )ଗାଣିଆ ମହାବୀର ବଣିକ ସଂଘ ତରଫରୁ ଚଳିତ ବର୍ଷର ଦୁର୍ଗାପୂଜାକୁ ଆଡ଼ମ୍ବର ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗାଣିଆ ରାମ ମନ୍ଦିର ପରିସରରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବଣିକ ସଂଘର ସଭାପତି ଦାସରଥୀ ଦାସ ସଭାପତିତ୍ୱ କରିଥିଲେ। ପୂଜାକୁ କିପରି ସୁଚାରୁ ରୂପେ ପରିଚାଳନା କରାଯିବ, ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ପୂଜା ମଣ୍ଡପର ସାଜସଜ୍ଜା, ଆଲୋକୀକରଣ, ଶାନ୍ତିଶୃଙ୍ଖଳା ରକ୍ଷା, ଦେବୀଙ୍କ ପୂଜାର୍ଚ୍ଚନା ଏବଂ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା ସୁଯୋଗ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୁର୍ଗାପୂଜା ଅକ୍ଟୋବର ୨୦ ରେ ପଡୁଥିବାରୁ କିଭଳି ପୂଜାକୁ ସରସ ସୁନ୍ଦର କରାଯିବ ସେଥିପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ୨୦ ଓ ୨୧ ଦୁଇଦିନ ଧରି ସାଂସ୍କୃତିକ କାଯ୍ୟକ୍ରମ ହେବାକୁ ଥିବାବେଳେ ୨୫ ତାରିଖରେ ବିସର୍ଜନ ହେବାକୁ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ବଣିକ ସଂଘର ଉପସଭାପତି କୁଳମଣୀ ସାହୁ, ସମ୍ପାଦକ ପ୍ରଭାତ କୁମାର ଦାସ, ସଭ୍ୟ ଚିତ୍ତରଞ୍ଜନ ସାହୁ, ପ୍ରକାଶ କୁମର ସାହୁ , ଜଗନ୍ନାଥ ଦାସ, ଦୀପ୍ତି ରଞ୍ଜନ ଦାସ, ବିଶ୍ୱରଂଜନ ବେହେରା ଅଟଳ ବିହାରୀ ରାଉତ ସନ୍ତୋଷ କୁମାର ସାହୁ, ପ୍ରଦୀପ୍ତ କୁମାର ମହାପାତ୍ର , ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ପୂଜାକୁ ସଫଳ କରିବା ପାଇଁ ସଙ୍କଳ୍ପ ନେଇଥିଲେ।