ବିଜୁ ଲିଗାଲ୍ ସେଲ୍ ପକ୍ଷରୁ ଏସ୍.ପି ଙ୍କୁ ଦାବୀପତ୍ର
ଜଗତସିଂହପୁର,ତା 22/9/26ଏରସମା ବ୍ଲକ୍ ଅନ୍ତର୍ଗତ ସିଆଳି ଠାରେ ଅବସ୍ଥାପିତ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଓ ଚୋରି ଘଟଣା ପ୍ରତିବାଦରେ ଆଜି ଜଗତସିଂହପୁର ବିଜୁ ଲିଗାଲ୍ ସେଲ୍ ପକ୍ଷରୁ ଜଗତସିଂହପୁର ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବିଜୁ ପଟ୍ଟନାୟକ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ସେ ଜଣେ ପ୍ରଖ୍ୟାତ ରାଷ୍ଟ୍ରନାୟକ ଭାବେ ପରିଚିତ । ତାଙ୍କର ପ୍ରତିମୂର୍ତ୍ତିକୁ ଭାଙ୍ଗି ଚୋରି କରିବା ଏକ ନୀଚ୍ଚ ମାନସିକତା ଏବଂ ହୀନମନ୍ୟତା ବ୍ୟକ୍ତିର କାର୍ଯ୍ୟ ବୋଲି ଦାବିପତ୍ରରେ ଦର୍ଶାଯାଇଛି । ଘଟଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀକୁ ଗିରଫ କରାଯାଇନଥିବା ଘୋର ଉଦବେଗର କାରଣ । ଆଗାମୀ ସାତ ଦିନ ମଧ୍ୟରେ ଦୋଷୀକୁ ଗିରଫ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଵିଜୁ ଲିଗାଲ୍ ସେଲ୍ ପକ୍ଷରୁ ଆଇନଜୀବି ସୁରେଶ କୁମାର ଦାସଙ୍କ ନେତୃତ୍ୱରେ ଆଇନଜୀବି କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ସରୋଜ କୁମାର ବିଶ୍ବାଳ,ପ୍ରସନ୍ନ କୁମାର ମହାନ୍ତି, ନରେଶ ଦାସ, ସ୍ଵରୁପ ରଞ୍ଜନ କର ଓ ଧିରେନ୍ଦ୍ର କୁମାର ବେହେରା ପ୍ରମୁଖ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଅନୁରୋଧ କରିବା ସହ ଶତାଧିକ ଆଇନଜୀବିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ