୨୮ ଲକ୍ଷ ୪୨ ହଜାର ହିତାଧିକାରୀ ପାଇବେ ପକ୍କା ଘର-ପଞ୍ଚାୟତିରାଜ ମନ୍ତ୍ରୀ
ଆବାସ ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆବାସ ପାଇଁ ମୋଟ ୩୮ ଲକ୍ଷ ୮୯ ହଜାର ୨୩୪ ଜଣ ହିତାଧିକାରୀଙ୍କ ସର୍ଭେ କରାଯାଇଥିଲା । ସେଥିମଧ୍ୟରୁ ୨୮ ଲକ୍ଷ ୪୨ ହଜାର ହିତାଧିକାରୀ ପକ୍କା ଘର ପାଇଁ ଯୋଗ୍ୟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ।ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇବା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଏବଂ ସାଂସଦମାନଙ୍କ ଗହଣରେ ଯାଇ କଥା ହେଇଥିଲୁ । ଏବେ ଆମେ ଘର ପାଇବା ପାଇଁ ଯୋଗ୍ୟ ହୋଇଛୁ । ମନ୍ତ୍ରୀ କହିଛନ୍ତି, ବିଗତ ଦିନରେ ଯେଉଁମାନେ ବଞ୍ଚିତ ହେଉଥିଲେ, ଯେଉଁମାନେ ଦିବ୍ୟାଙ୍ଗ ଥିଲେ, ଯେଉଁମାନେ ଅସହାୟ ଥିଲେ, ସେମାନଙ୍କ ପାଇଁ ମଧ୍ୟ ଘର ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।