ଶିଶୁ ସଦନରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଧର୍ମେନ୍ଦ୍ର ଙ୍କ ଜନ୍ମଦିନ ପାଳନ
ଚୌଦ୍ୱାର : ସଚେତନ ନାଗରିକ ମଞ୍ଚ, ଚୌଦ୍ୱାର ପକ୍ଷରୁ କୁନି କୁନି ପିଲାଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରାଯାଇଛି! ହିନ୍ଦ ସେବକ ସଂଘ ର ଚୌଦ୍ୱାର ସ୍ଥିତ ଶିଶୁ ସଦନ ପରିସରରେ ମଞ୍ଚ ସଭାପତି ସତ୍ୟବ୍ରତ ଦାସଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହିନ୍ଦ ସେବକ ସଙ୍ଘ ର ରାଷ୍ଟ୍ରୀୟ ସଭାପତି ଦାମୋଦର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥିଭାବେ ଉପନଗର ପାଳ ଶୁଭେନ୍ଦୁ ସାମଲ,ବିଜେପି ଓବିସୀ ମୋର୍ଚ୍ଚା ର ରାଜ୍ୟ ସାଧାରଣ ସମ୍ପାଦକ ଇଂ ଜ୍ଞାନେନ୍ଦ୍ର ସ୍ୱାଇଁ, ସାଇପର ର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ ଭୋଳ ଯୋଗଦେଇ ପିଲାମାନଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଓଡିଶା ଓ ଓଡ଼ିଆମାନଙ୍କ ପ୍ରତି ଥିବା ଭଲପାଇବା ସମ୍ପର୍କରେ ଅନେକ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ ।ଏବଂ ତାଙ୍କ ମନ୍ତୀତ୍ବ ସମୟ ରେ ସର୍ବାଧିକ ଓଡିଶା ର ବିକାଶ ପାଇଁ ଚେଷ୍ଟା ଓ କେନ୍ଦ୍ର ସରକାର ଙ୍କ ଅନୁଦାନ ଆଣିବା ସହିତ ପାଇକ ବିଦ୍ରୋହ କୁ ପ୍ରଥମ ସଂଗ୍ରାମ ର ମାନ୍ୟତା ଦେବା ଓ ନୂତନ ଶିକ୍ଷା ନୀତି କୁ ପ୍ରଣୟନ କରିବା ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

ପଛୁଆ ବର୍ଗ ର ଲୋକ ମାନେ ଓଡିଶା ରେ କିଭଳି ସାମ୍ବିଧାନିକ ଅଧିକାର ପାଇବେ ସେଥିପାଇଁ କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ତାଙ୍କ ଲଢେଇ ସ୍ମରଣୀୟ ।ଆନ୍ୟମାନଙ୍କ ମଧରେ ସସ୍ମିତା ଦାସ, ପ୍ରଶାନ୍ତ କୁମାର ହୋତା,ଦିବ୍ୟଜ୍ୟୋତି ପାଣି, ପ୍ରକାଶ ବଡ଼ଜେନା, ପ୍ରାମୁଖ ମଧ୍ୟ ଧର୍ମେନ୍ଦ୍ରଙ୍କ ବିଷୟ ରେ ପିଲାମାନଙ୍କୁ କହିଥିଲେ! ଶେଷରେ ସମସ୍ତ ଅତିଥିମାନେ ଶିଶୁଷଦନ ରେ ସମସ୍ତ ଅନ୍ତବାସିନୀ ମାନଙ୍କ ସହ ମିଳିତ ଭୋଜନ କରିଥଲେ! ପାରିଷଦ ସୁବ୍ରତ ସାମଲ, ବିମଲ ବେଉରା, ଦୀପକ ମଙ୍ଗରାଜ, ସଂଜିତ ମହାନ୍ତି, ସଞ୍ଜୟ ମହାରଣା, ଅଜୟ ଦାଶମହାପାତ୍ର, ପ୍ରଭାକର ନାୟକ,ତନ୍ମୟ ସାହୁ ରାଜକିଶୋର ସାମନ୍ତରାୟ ,ଫକନ ପରିଜା ,ବୁଲୁ ଦାସ ,ଜୟନ୍ତୀ ମିଶ୍ର ,ବିଶ୍ୱନାଥ ସାହୁ ,ପ୍ରମୁଖ ଉପସ୍ଥିତ ଥିଲେ!