ବୟଫ୍ରେଣ୍ଡ୍ ରୁମ୍ ରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ

ବାଲିଅନ୍ତା ଘଟଣା ମନରୁ ନଲିଭୁଣୁ ରାଜଧାନୀରୁ ଆସିଛି ପୁଣି ଏକ ଲଜ୍ଜାଜନକ ଘଟଣା।ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଅଭିଯୋଗ। ଚାରି ଜଣ କଲେଜ ଛାତ୍ର ମିଶି ଦୁଷ୍କର୍ମ କରିଥିବାର ହୋଇଛି ଅଭିଯୋଗ । ଭୁବନେଶ୍ବରର ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବୟଫ୍ରେଣ୍ଡ୍ ରୁମରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବାର ସାଂଘାତିକ ଅଭିଯୋଗ ହୋଇଛି ।ପୀଡିତା ଜଣକ ଏକ ଘରୋଇ କଲେଜର ଛାତ୍ରୀ ହୋଇଥିବା ଜଣାପଡିଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ୍ ପୋଲିସ ।