ଡାକ୍ତର ଭାଇ କୁ ତଣ୍ଟିରେ ଗୋଡ଼ ଚିପି ମାରିଦେଲା ଭାଇ l
ଜମିବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ । ବଡ ଭାଇଙ୍କ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ହୋମିଓ ପ୍ୟାଥି ଡାକ୍ତର ଭାଇର ମୃତ୍ୟୁ । ଏହିଭଳି ଏକ ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି ମହାକାଳପଡ଼ା ଥାନା ଅଞ୍ଚଳରେ। ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବାରଡାଙ୍ଗ ଗ୍ରାମ ନାଉରୀ ସାହିରେ ଘଟିଛି ଏକ ଅଭବନୀୟ ଘଟଣା। ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇ ପରିବାର ବର୍ଗଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇର ମୃତ୍ୟୁ ଘଟିଥିବା ବେଳେ ମଝିଆ ଭାଇ ନାରାୟଣ ନାଉରୀ ଗୁରୁତର ଆହତ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ୪୪ ବର୍ଷୀୟା ହୋମିଓପ୍ୟାଥି ଡାକ୍ତର ଗୋଲେଖ ଚନ୍ଦ୍ର ନାଉରୀ ଗତକାଲି ରାତ୍ରୀରେ ତାଙ୍କ ଜମିରେ ମାଟି ପକାଉଥିବା ବେଳେ ବଡ଼ଭାଇ ଅଭୟ ନାଉରୀ ସେଠାରେ ପହଞ୍ଚି ମାଟି ପକାଇବାକୁ ବିରୋଧ କରିଥିଲେ ଏହାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପାଟି ତୁଣ୍ଡ ଓ ମାରପିଟ୍ ହୋଇଥିଲା ।

ପରେ ପରେ ସେଠାରେ ଅଭୟଙ୍କ ପତ୍ନୀ ରେଣୁବାଳା ପୁଅ ଜିତେନ୍ଦ୍ର ଓ ବୋହୂ ପହଞ୍ଚି ସଂଘବଦ୍ଧ ଭାବେ ଗୋଲେଖକୁ ଆକ୍ରମଣ କରିଥିଲେ ଫଳରେ ଗୋଲେଖ ଚେତାଶୂନ୍ୟ ହୋଇଯିବାରୁ ସେମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ । ଗୋଲେଖ କୁ ତାଙ୍କ ପରିବାର ବର୍ଗ ଉଦ୍ଧାର କରି ପ୍ରଥମେ ମହାକାଳପଡ଼ା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ପରେ ଡାକ୍ତର ଗୋଲେଖ ଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅଭିଯୋଗ ପାଇ ମହାକାଳପଡ଼ା ପୋଲିସ ଵାରଡାଙ୍ଗ ରେ ପହଞ୍ଚି ଅଭୟ ନାଉରୀ ତାଙ୍କ ସ୍ତ୍ରୀ ରେଣୁବାଳା ଓ ବୋହୂକୁ ନେଇ ଥାନାରେ ଅଟକରଖିଛି । ଗତ ସପ୍ତାହରେ ଜମ୍ବୁ ଥାନା ଅଧୀନରେ ସଂଘବଦ୍ଧ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଆଜି ସଂଘବଦ୍ଧ ଆକ୍ରମଣରେ ଜଣେ ୪୪ ବର୍ଷୀୟା ହୋମିଓପ୍ୟାଥି ଡାକ୍ତରଙ୍କ ମୃତ୍ୟୁ ଘଟିଛି ଯାହାକୁ ନେଇ ମହାକାଳପଡ଼ା ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।
କେନ୍ଦ୍ରାପଡ଼ା ରୁ ବିଶ୍ୱଜିତ ପ୍ରଧାନ ଙ୍କ ରିପୋର୍ଟ hr tv ଓଡ଼ିଆ