ପେଟ୍ରୋଲ ପମ୍ପ ରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅଚାନକ ଚଢାଉ
ବର୍ତ୍ତମାନ ସମୟରେ ପେଟ୍ରୋଲ ପମ୍ପ ମାନଙ୍କରେ ତୈଳ ସଙ୍କଟ ଓ କିଛି ପେଟ୍ରୋଲ ପମ୍ପ ଆଉଟ୍ ଅଫ୍ ଷ୍ଟକ୍ ଘଟଣାର ସଠିକ୍ ଯାଞ୍ଚ ହେବା ଦରକାର। ଅନେକ ପେଟ୍ରୋଲ ପମ୍ପ ତେଲ ଥାଇ ମଧ୍ୟ ବନ୍ଦ କରି ଆଉ ଅଫ ଷ୍ଟକ୍ ବୋର୍ଡ ମାରି ବସୁଥିବା ଦେଖିବାକୁ ମିଳୁଛି। ଆଜି କନିକା ଛକ ସ୍ଥିତ ପେଟ୍ରୋଲ ପମ୍ପ ରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ଅଚାନକ ଚଢାଉ କରିବା ବେଳେ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ମହଜୁଦ୍ ଥିବା ଜାଣିବାକୁ ପାଇ ରାଗିଯାଇଥିଲେ। ଓ ତୁରନ୍ତ ଲୋକଙ୍କୁ ତେଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ସବୁ ଆଡେ ଏହାର ସଠିକ୍ ଭାବେ ଯାଞ୍ଚ ହେବା ଦରକାର ବୋଲି ବୁଦ୍ଧିଜୀବୀ ମାହଲରେ ଚର୍ଚ୍ଚା ଜୋର ଧରିଛି….