କଲମପୁର ବ୍ଲକ କଂଗ୍ରେସର କର୍ମ୍ମୀ ସମ୍ମିଳନୀ

କଳାହାଣ୍ଡି,କଲମପୁର/HR ଟିଭି ଓଡ଼ିଆ (ଶେଖର ସୁମନ ଦାଶ ) : ଆଗାମୀ ତ୍ରୀସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ସେଥି ପାଇଁ କଲମପୁର ବ୍ଲକ କଂଗ୍ରେସ ଦଳ ପକ୍ଷରୁ ମୀନଗୁର ମଣ୍ଡିଠାରେ ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ତଥା କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ତରଣି ସେନ ପଟେଲଙ୍କ ସଭାପତିତ୍ବ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବରେ କୋକସରା ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମଣ ଶବର ଯୋଗଦେଇ କର୍ମୀ ସମ୍ମିଳନୀରେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ତଥା କର୍ମୀ ମାନଙ୍କୁ ଆଗକୁ ଯେପରି ଦଳ ଭଲ ପ୍ରଦର୍ଶନ କରିବ ସେ ଉପରେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ଜିଲ୍ଲା ସାଧରଣ ସମ୍ପାଦକ ବିପିନ ବିହାରୀ ପ୍ରଧାନୀ, ପବିତ୍ର ବାଗ, କୋକସରା ବ୍ଲକ ଉପ ସଭାପତି ଟିକଚନ୍ଦ୍ର ଧ.ମାଝୀ, ସହ ସମ୍ପାଦକ ଅଜୟ ପଣ୍ଡା, ପ୍ରେମଲାଲ ଶବର ଯୋଗଦେଇ ଦେଇ ଥିଲେ । ସମ୍ମିଳନୀରେ କଲମପୁର ବ୍ଲକ କଂଗ୍ରେସର ନୂତନ ବ୍ଲକ ଏବଂ ଜୋନ ସ୍ଥରୀୟ କର୍ମକର୍ତ୍ତା ଚୟନ କରାଯାଇ ଥିଲା। କଲମପୁର ବ୍ଲକ କଂଗ୍ରେସ ସଭାପତି ଭାବରେ ତରଣୀ ପଟେଲ, ଉପ ସଭାପତି ଭାବରେ ସୁରେଶ ଚନ୍ଦ୍ର ବାଗ, ସୁଶାନ୍ତ ଶବର, ସାଧାରଣ ସମ୍ପାଦକ ଭାବରେ ଶ୍ୟାମ ସୁନ୍ଦର ନାଗ , ଗୌର ଚନ୍ଦ୍ର ଦୁର୍ଗା, କୋଷାଧ୍ୟକ୍ଷ ଭାବରେ ବିନୋଦ ନାଏକ ମନୋନୀତ ହୋଇଥିଲେ। ସେହିପରି ଜୋନ ନଂ ୧ ସଭାପତି ଗଣେଶ ନାଗ, ଜୋନ ନଂ ୨ ସଭାପତି ଜୟ ଶଙ୍କର ଶବର, ଜୋନ ନଂ ୧ ସାଧାରଣ ସମ୍ପାଦକ ଭାବରେ ଜୟଶଙ୍କର ଦୁର୍ଗା, ଜୋନ ନଂ ୨ ସୁଦାମ ନାଏକ, ଏସସି ସେଲ ସଭାପତି ବିଦ୍ୟାଧର ନାଏକ, ଆଦିବାସୀ ସେଲ ସଭାପତି ପ୍ରଦୀପ ଭୋଇ, ଓବିସି ସେଲ ସଭାପତି ଗଣେଶ ରଣା, ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ଅହମ୍ମଦ ମହମ୍ମଦ ମନୋନୀତ ହୋଇଛନ୍ତି। କର୍ମୀ ସମ୍ମିଳନୀରେ ଜଗନ୍ନାଥ ନାଏକ, ସୁଭାଗ୍ୟ ନାଏକ, ଯଶୋ ବନ୍ତ ବାଗ, ଚିତ୍ର ସେନ ନାଏକ, କାଳିଆ ଦ୍ଵୀପ, ଜଗଦୀଶ ପାନ, କେଶବ ଶବର , ଗୌତମ ମାଝୀ, ଗୋବର୍ଦ୍ଧନ ନାଏକ, ଅଭିମନ୍ୟୁ ବିଶି, ଉଗ୍ରସେନ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ