ପାଣି ସମସ୍ୟା ପାଇଁ ପଞ୍ଚାୟତ ସାମ୍ନା ରେ ପାଣି ଗରା ରଖି ଧାରଣା ଦେଲେ ଗ୍ରାମ ବାସୀ*
*ଲାଞ୍ଜିଗଡ, HR ଟିଭି ଓଡ଼ିଆ/ଶେଖର ସୁମନ ଦାଶ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ଅଫିସ ସାମ୍ନା ରେ ପାଣି ଗରା ଯାକ ରଖି ଧାରଣା ରେ ବସିଲେ କାକ ଭଟ୍ଟା ଗ୍ରାମ ବାସୀ l ସୂଚନା ଅନୁଯାଇ ଆଜକୁ ପ୍ରାୟ ପାଞ୍ଚ ଦିନ ହେଲା କାକ ଭଟ୍ଟା ଗ୍ରାମ ବାସୀ ପାଣି ପାଇଁ ହନ୍ତସନ୍ତ ହେଉ ଥିବା ବେଳେ ଲାଞ୍ଜିଗଡ ରୋଡ଼ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟାନିର୍ବାହୀ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନ ନେଇ ଥିବାରୁ ଆଜି ଅପରାହ୍ନ ରେ ଗାଁ ର ମହିଳା ମାନେ ସମସ୍ତେ ଆସି ପଞ୍ଚାୟତ କାର୍ଯ୍ୟାଳୟ ରେ ଧାରଣା ଦେଇ ଥିବା ଦେଖି ବାକୁ ମିଳିଛି l

ଗୋଟିଏ ବୋଲି ବସୁଧା ଜଳ ଯୋଗାଣ ପାଣି ଟାଙ୍କି ଥିବା ସତ୍ୱେ ଲାଞ୍ଜିଗଡ ରୋଡ଼ ପଞ୍ଚାୟତ ତଥା ଆଖପାଖ ଲୋକ ଙ୍କୁ ପାଣି ପାଇଁ ବହୁତ ଅସୁବିଧା ହେଉ ଥିବା ନେଇ ଗ୍ରାମ ବାସୀ ପ୍ରକାଶ କରିଛନ୍ତି। ଏ ନେଇ ପଞ୍ଚାୟତ ଅଧିକାରୀ ମାନଙ୍କ ଠାରୁ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ । କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ।।