ନବରଙ୍ଗପୁର ରେ ସି ବି ଏସ ଇ ଟପ୍ପର ରୁଦ୍ର
ନାରାୟଣ ତା – ୧୬/୦୫ ଚଳିତ 2026 ମସିହା CBSE ଦ୍ୱାଦଶ ( ବିଜ୍ଞାନ ) ପରୀକ୍ଷାରେ P M Shree ଜବାହର ନବୋଦୟ ବିଦ୍ୟାଳୟ ଖାତିଗୁଡା, ନବରଙ୍ଗପୁରର ଛାତ୍ର ଶ୍ରୀ ରୁଦ୍ର ନାରାୟଣ ନାୟକ 93.8% , A1 grade ରଖି ବିଦ୍ୟାଳୟରେ ଟପ୍ପର ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ସେ ଫୁଣ୍ଡେଲପଡା ନିବାସୀ ତଥା ସରକାରୀ ପାନାବେଡା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଇନ୍ଦ୍ର ନାୟକ ଏବଂ ଶ୍ରୀମତୀ ବୈଦେହୀ ନାୟକ ଙ୍କ ସୁପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କ ଜନ୍ମ ମାଟି ଫୁଣ୍ଡେଲପଡା ଠାରୁ ବିଦ୍ୟାଳୟ ପର୍ଯ୍ୟନ୍ତ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟୁ ଅଛି। ଏହି କୃତି ପାଇଁ ସେ ତାଙ୍କର ପିତା ମାତା ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ନବରଙ୍ଗପୁର ଜିଲ୍ଲା ମାଳି ସମାଜ ବିକାଶ ପରିଷଦ ର ସାଧାରଣ ସମ୍ପାଦକ ଯତୀନ୍ଦ୍ର କୁମର ନାୟକ ତଥା ସମସ୍ତ ଗୁରୁଜନଙ୍କୁ ଶ୍ରେୟ ଦେଇ ଛନ୍ତି।