ଇସ୍ରାଏଲ-ଲେବାନନ ଅସ୍ତ୍ରବିରତି ସମୟ ସୀମା ବଢ଼ିଲା: ଉଭୟ ଦେଶ ୪୫ ଦିନର ଶାନ୍ତି ପାଇଁ ରାଜି

ୱାସିଂଟନ ଡିସିରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ ଇସ୍ରାଏଲ ଏବଂ ଲେବାନନ ୪୫ ଦିନ ପାଇଁ ଅସ୍ତ୍ରବିରତି ସମୟ ସୀମା ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗଟ୍ କହିଛନ୍ତି ଯେ, ଏହା ଦୁଇଟି ଫଳପ୍ରଦ ଦିନର ଆଲୋଚନା ପରେ ହୋଇଛି ଏବଂ ଏହା ପରେ ଜୁନ୍ ୨-୩ ତାରିଖରେ ପୁଣି ଆଲୋଚନା ହେବ। ଏହି ଆଲୋଚନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ଥିଲା ଯେ ଆତଙ୍କବାଦୀ ଗୋଷ୍ଠୀ ହିଜବୋଲାର କଡ଼ା ବିରୋଧ ସତ୍ତ୍ୱେ ସରକାରୀ ଲେବାନନ୍ ସରକାର ଶାନ୍ତି ଆଲୋଚନାରେ ସାମିଲ ହୋଇଥିଲେ ।  ଆଲୋଚନା ସମୟରେ ଉଭୟ ପକ୍ଷର ସାମରିକ ଏବଂ ସୁରକ୍ଷା ଅଧିକାରୀମାନେ ମୁହାଁମୁହିଁ ହୋଇଥିଲେ । ଯାହା ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ସର୍ବୋଚ୍ଚ ସ୍ତରୀୟ ସିଧାସଳଖ ବୈଠକ ମଧ୍ୟରୁ ଗୋଟିଏ ଥିଲା । ଯୁଦ୍ଧକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲେବାନନର ଲକ୍ଷ୍ୟ ଥିଲା । ଇସ୍ରାଏଲ ତା’ର ପୁରୁଣା ସର୍ତ୍ତକୁ ଦୋହରାଇଲା ଯେ ଯେକୌଣସି ଦୀର୍ଘକାଳୀନ ଶାନ୍ତି ଚୁକ୍ତିନାମା ପାଇଁ ହିଜବୋଲାର ସମ୍ପୂର୍ଣ୍ଣ ନିରସ୍ତ୍ରୀକରଣ ଅତ୍ୟାବଶ୍ୟକ ।ଅଲ ଜାଜିରା ଅନୁଯାୟୀ, ଆମେରିକାର ବୈଦେଶିକ ବିଭାଗ ରିପୋର୍ଟ କରିଛି, ଆକ୍ରମଣ ମଧ୍ୟରେ ଇସ୍ରାଏଲ ଏବଂ ଲେବାନନ ଅସ୍ତ୍ରବିରତି ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ପିଗଟ୍ ଅନୁଷ୍ଠିତ ଶାନ୍ତି ଆଲୋଚନାକୁ ସଫଳ ବୋଲି କହିଛନ୍ତି।  ଏହି ସମୟରେ, ମେ’ ୨୯ ତାରିଖରେ ପେଣ୍ଟାଗନରେ ଏକ ସୁରକ୍ଷା ଅଧିବେଶନ ଆରମ୍ଭ ହେବ, ଯେଉଁଥିରେ ଇସ୍ରାଏଲ ଏବଂ ଲେବାନନ ଉଭୟର ଅଧିକାରୀମାନେ ଉପସ୍ଥିତ ରହିବେ।