ସୋମବାର ସୁଦ୍ଧା ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ରହିବନି ଅଭାବ; ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ

ଆଜି ବି ସକାଳୁ ସକାଳୁ ତେଲ ଟାଙ୍କିରେ ପ୍ରବଳ ଭିଡ଼। ଭୋରରୁ ପେଟ୍ରୋଲ ଟାଙ୍କି ଲୋକଙ୍କ ଭିଡ଼ ଜମିଛି । ସାରା ରାଜ୍ୟରେ ତେଲ ପାଇଁ ହାହାକାର । ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ପ୍ରବଳ ଭିଡ଼ । ଘଣ୍ଟା ଘଣ୍ଟା ଧରି ଗାଡ଼ି ଧରି ଛିଡ଼ା ହେଉଛନ୍ତି ଲୋକେ ।ଭୁବନେଶ୍ୱର ଏବଂ କଟକର ବିଭିନ୍ନ ପେଟ୍ରୋଲ ପମ୍ପରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି। କେତେକ ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହୋଇଯାଇଥିବା ମଧ୍ୟ ସୂଚନା ମିଳିଛି। ଆଉ ଏହାରି ମଧ୍ୟରେ ପେଟ୍ରୋଲ ପମ୍ପ ସଂଘର ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି କଟକ ଭୁବନେଶ୍ୱର ସ୍ଥିତିରେ ସୁଧାର ଆସିଛି । ସନ୍ଧ୍ୟା ସୁଦ୍ଧା କଟକ ଭୁବନେଶ୍ୱର ସ୍ଥିତିରେ ଆହୁରି ସୁଧାର ଆସିଯିବ । ସୋମବାର ସୁଦ୍ଧା ରାଜ୍ୟର ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ ଡିଜେଲର ଅଭାବ ରହିବ ନାହିଁ ।ସେହିପରି ପେଟ୍ରୋଲିୟମ ସଂଘ ପକ୍ଷରୁ ରବିବାର ହେଲେ ବି ତୈଳ ଡିପୋ ଖୋଲିବା ପାଇଁ ତୈଳ କମ୍ପାନୀମାନଙ୍କୁ ଅନୁରୋଧ କରାଯାଇଛି, ଯାହାଦ୍ୱାରା ସବୁ ଜିଲ୍ଲାକୁ ତେଲ ପହଞ୍ଚିପାରିବ ।