ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସାବିତ୍ରୀ । ସତ୍ୟବାନ ସାବିତ୍ରୀ ମନ୍ଦିରରେ ମହିଳା ଭକ୍ତଙ୍କ ଭିଡ଼ ।
କୋଣାର୍କ:- 16/05/2026 ହାତରେ ଭୋଗ ମନରେ ଉତ୍ସାହ । ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର ଓ ଅଳତା ଧରି ଦେବାଳୟ ଆଗରେ ସଧବା ମହିଳାଙ୍କ ଭିଡ଼ । ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ପାଳୁଛନ୍ତି ମହିଳା । ହିନ୍ଦୁ ଶାସ୍ତ୍ର ପୌରାଣିକ କଥା ବସ୍ତୁ ଆଧାର ରେ ବିଭିନ୍ନ ମନ୍ଦିରରେ ପୂଜା କରି ମନାସୁଛନ୍ତି ସ୍ୱାମୀର ମଙ୍ଗଳ । ସ୍ୱାମୀର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ମାସ ଆମାବାସ୍ୟା ରେ ଏହି ବ୍ରତ ପାଳନ କରାଯାଇଥାଏ । ଆଜୀବନ ସଧବା ରହିବାକୁ ନାରୀ ମାନେ ସାବିତ୍ରୀ, ସତ୍ୟବାନ ଓ ଯମ ଦେବ ଙ୍କୁ ପୂଜା କରିଥାନ୍ତି। ଆଜି ସାବିତ୍ରୀ ବ୍ରତଧାରୀ ମହିଳା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ମୁଦୁଗଲ ଗ୍ରାମର ସିଧେସ୍ବର ମନ୍ଦିର ପରିସରରେ ଥିବା ସତ୍ୟବାନ ସାବିତ୍ରୀ ମନ୍ଦିର ରେ ସକାଳୁ ସକାଳୁ ମହିଳା ଙ୍କ ଭିଡ଼ ଜମିଛି ।ମନ୍ଦିର ପୂଜାର୍ଚନା କରିବା ସହ ଘରେ ସ୍ୱାମୀ ଙ୍କୁ ପୂଜା କରି ଦିନ ତମାମ ଫଳଆହାର କରି ସ୍ୱାମୀର ମଙ୍ଗଳ ପାଈଁ ପୂଜାର୍ଚନା କରୁଛନ୍ତି ସାଧବା ମହିଳା । କୋଣାର୍କ ରୁ ପ୍ରକାଶ କାଣ୍ଡି HR TV ଓଡ଼ିଆ