ପାନାବେଡା ସାହିତ୍ୟ ସଂସଦର ପ୍ରସ୍ତୁତି ବୈଠକ
ଚନ୍ଦାହାଣ୍ଡି – ତା ୧୭/୦୫ ପାନାବେଡା ସାହିତ୍ୟ ସଂସଦ ତରଫରୁ ଆଜି କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସମ୍ବାଦ ସାହିତ୍ୟ ଘର ସଭାପତି ବିରଞ୍ଚି ନାରାୟଣ ଦାଶ ଙ୍କ ନେତୃତ୍ୱରେ ଆଜି ଅଞ୍ଚଳର ଅନେକ ସାହିତ୍ୟ ପ୍ରେମୀ, କବି ଲେଖକ ସାହିତ୍ୟିକ ମାନେ ଉପସ୍ଥିତ ରହି ଆସନ୍ତା ଜୁନ ୨୦/୨୧ ରେ ହେବାକୁ ଥିବା ପାନାବେଡା ସାହିତ୍ୟ ସଂସଦ ଓ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ହେବାକୁ ଥିବା ସାହିତ୍ୟ ଓ ସଂସ୍କୃତି ସନ୍ଦର୍ଭିତ କାର୍ଯ୍ୟକ୍ରମ ର ସୁଚାରୁ ସମ୍ପାଦନା ନିମନ୍ତେ ସଂସଦ ତରଫରୁ କିଭଳି ଆୟୋଜନ କରାଯିବ ସେ ନେଇ ସଂସଦ ର ସମସ୍ତ କର୍ମକର୍ତ୍ତା ବିଷଦ ଭାବେ ଆଲୋଚନା କରିଥିଲେ l ତେବେ ସାହିତ୍ୟ ଆଲୋଚନା ଚକ୍ରରେ ପାନାବେଡା ଅଞ୍ଚଳର ସଂସ୍କୃତି, ଲୋକକଥା, ଲୋକଗୀତ, ଲୋକନୃତ୍ୟ, ଦର୍ଶନୀୟ ସ୍ଥାନ, ଦୈବୀ ପୀଠ ମାନଙ୍କର ମହିମା ସମ୍ପର୍କିତ ତଥ୍ୟମାନ ସ୍ଥାନ ଦେଇ ଏହାର ପ୍ରସାର ପ୍ରଚାର କୁ ସଂସ୍କୃତି ସାହିତ୍ୟ ମାଧ୍ୟମରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରିଵା ନେଇ ସଂସଦ ତରଫରୁ ଆଲୋଚନା କରାଯାଇଥିଲା l ଆଜିର ଏହି ବୈଠକରେ ଆସନ୍ତା ଜୁନ ୨୦/୨୧ ଦୁଇ ଦିନ ବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମ ର ସ୍ଥଳ ପାନାବେଡା ମହାବିଦ୍ୟାଳୟ ରେ ଆୟୋଜିତ କରିବାକୁ ସ୍ଥିର କରାଯାଇ ଥିବା ନେଇ ସୂଚନା ମିଳିଛି l ଆଜିର ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ କଳାକାର ପୁରୁଷୋତ୍ତମ ପାରି, ପୀତାମ୍ବର ସୋରୀ, ବିଶ୍ୱରଂଜନ ପଣ୍ଡା, ମନୋଜ ନାୟକ, ଭୀମସେନ ଡଙ୍ଗରୀ, ଘାସିରାମ ଗୌଡ଼,କାଦମ୍ବିନୀ ବେଶ୍ରା, ଦୀପକ ଗୋପାଳ ପ୍ରମୁଖ ଉପସ୍ଥିତ ଥିଲେ l