ଏବେ କଳାହାଣ୍ଡି ର ୫ ହଜାର ଲୋକ ହେବେ ଉପକୃତ
ଦୀର୍ଘ ଦିନର ସଂଘର୍ଷ ପରେ ଥୁଆମୂଳ ରାମପୁର ବ୍ଲକ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ଘୁଟୁରୁ ଖାଲ ଇନ୍ଦ୍ରାବତୀ ଜଳ ଭଣ୍ଡାର ଉପରେ ସେତୁ ନିର୍ମାଣ ପାଇଁ ମୋହନ ସରକାର ଦ୍ୱାରା ବ୍ୟୟ ଅଟକଳ ୧୨୫ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି l
ଥୁଆମୂଳ ରାମପୁର ବ୍ଲକ ତଥା ବିଶେଷ କରି ଜଳବନ୍ଦୀ ଅଞ୍ଚଳ ରେ ଘେରି ରହିଥିବା ୫ହଜାର ଉର୍ଦ୍ଧ ପରିବାର ମହୁଲପାଟଣା, ତଳନାଗି, ପଡାପଦର,ପାଡେପଦର, ଆଡ୍ରି,ଗୋପୀନାଥପୁର ଜନସାଧାରଣ ପାଇଁ ବହୁତ ବଡ଼ ଖୁସି ଖବର l
ଏଠିକାର ଜନସାଧାରଣ ର ଜୀବନ ଜୀବିକା ବହୁତ କଷ୍ଟ ରେ ଗୋମନା ଗୋମନ ପାଇଁ ନୌକା ଛଡା ଅନ୍ୟ କୌଣସି ଭରସା ନାହିଁ ସବୁବେଳେ ପ୍ରତିବନ୍ଧକ ସାଜୁଥିବା ଘୁଟୁରୁଖାଲ ସେତୁ ନିର୍ମାଣ ପାଇଁ ସ୍ଥାନୀୟ ଜନସାଧାରଣ ଙ୍କ ଦାବୀ କୁ ନେଇ ମାନ୍ୟବର ପୂର୍ବତନ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା ଙ୍କ ନେତୃତ୍ୱରେ ଦିଲ୍ଲୀ ଲୋକସଭାରେ ଅନେକ ଥର ପ୍ରସ୍ତାବ ରଖିବା ସହିତ ଏହି ସେତୁ ନିର୍ମାଣ ପାଇଁ ସରକାର କେମିତି ମଞ୍ଜୁର କରିବେ ସେଥିପାଇଁ ଅସୀମ ପ୍ରୟାସ ଜାରି ରଖିଥିଲେ l ଏବଂ ଆଜି ତାହା ସରକାର ମଞ୍ଜୁର କରିଥିବା କାରଣରୁ ମାନ୍ୟବର ପୂର୍ବତନ ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା ଜୀ ଙ୍କୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା l
ଏହି ସେତୁ ନିର୍ମାଣ ହେଲେ କଳାହାଣ୍ଡି,ନବରଙ୍ଗପୁର,ରାୟଗଡା,ଜୟପୁର, କୋରାପୁଟ ଜିଲ୍ଲା ର ସମସ୍ତ ଜନସାଧାରଣ ବ୍ୟବସାୟ, ଜୀବନ ଜୀବିକା ଗମନା ଗମନ ପାଇଁ ନିଶ୍ଚିତ ଭାବରେ ସାମାଜିକ, ଆର୍ଥିକ ଉନ୍ନତିରେ ଉପକୃତ ହେଇପାରିବେ l କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଶେଖର ସୁମନ ଦାଶ ଙ୍କ ରିପୋର୍ଟ HR ଟିଭି ଓଡ଼ିଆ ।