Browsing Category

ଆଜିର ଖବର

କୋଲକାତାରେ ଭୂମିକମ୍ପର ଝଟକା! ଭୂକମ୍ପରେ ଥରିଲା କଟକ ଓ ବାଲେଶ୍ୱର

ଭୂମିକମ୍ପରେ ଥରିଲା କୋଲକାତା…ଆଜି ହଠାତ୍ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂମିକମ୍ପର ଝଟକା ଲାଗିଛି। ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲାରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ରେକର୍ଡ

ରାଜନଗର ଚାଷୀ ମୃତ୍ୟୁ ମାମଲା! ମଣ୍ଡିରେ ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି: ମନ୍ତ୍ରୀ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଚାଷୀ ମୃତ୍ୟୁକୁ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳବନ୍ତ ସାମନ୍ତରାୟ ପ୍ରତିକ୍ରିୟା ରଖି କହିଛନ୍ତି । ମଣ୍ଡିରେ ଦିନ ଦିନ ଧରି ଅପେକ୍ଷା କରି ଚାଷୀଙ୍କ ମୃତ୍ୟୁ ହୋଇନି କହିଲେ । ଅନ୍ୟ ରୋଗ ଯୋଗୁଁ ଚାଷୀ ତ୍ରିଲୋଚନ ନାୟକଙ୍କ ଦେହାନ୍ତ ହୋଇଛି । ମଣ୍ଡିରେ

 ମେ ୨ୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା ।

ଡ୍ରାଇଭିଂ ଲାଇସେନ୍ସରେ ଦିଆଯିବ ନମ୍ବର : ନିୟମ ନମାନିଲେ କଟିଯିବ ପଏଣ୍ଟ୍

ଦେଶରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱସମ୍ପନ୍ନ ଗାଡି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏଥିରେ ଟ୍ରାଫିକ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା

ମହାନଦୀ ସମସ୍ୟାର ସମାଧାନ ହେବ: ଏଜି ପୀତାମ୍ବର

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମର ୫ ଦିନିଆ ଓଡ଼ିଶା ଗସ୍ତ । ହୀରାକୁଦ ଡ୍ୟାମ ଅଶୋକ ନିବାସରେ ଚାଲିଥିବା ଟ୍ରିବ୍ୟୁନାଲର ବୈଠକ ଶେଷ ହୋଇଛି ।ମହାନଦୀ ସମସ୍ୟାର ସମାଧାନ ହେବ କହିଲେ ଏଜି ପୀତାମ୍ବର ଆଚାର୍ଯ୍ୟ । ସମ୍ବଲପୁରରେ ମହାନଦୀ ଟ୍ରିବ୍ୟୁନାଲର ବୈଠକ ପରେ ଏଜି ପୀତାମ୍ବର ଆଚାର୍ଯ୍ୟ

ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସାହାଯ୍ୟ କଲେ ମିଳିବ ମୋଟା ଅଙ୍କର ଟଙ୍କା

ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ ନେବାରେ ସହଯୋଗ କରୁଥିବା ‘ରାହତବୀର’ ଙ୍କ ସହାୟତା ରାଶି ବୃଦ୍ଧି । ରାଜ୍ୟ ସରକାର ସେମାନଙ୍କ ସହାୟତା ରାଶି ୫ ହଜାରରୁ ୨୫ ହଜାର ଟଙ୍କା କରିଛନ୍ତି । ରାହତବୀରଙ୍କୁ ଯଥାଶୀଘ୍ର ସହୟତା ରାଶି ପ୍ରଦାନ ଲାଗି ପ୍ରତି ଜିଲ୍ଲାରେ ‘ପ୍ରତିକାର ଅଧିକାରୀ’ ନିଯୁକ୍ତ

ଯୁଦ୍ଧ ଆରମ୍ଭ କଲା ପାକିସ୍ତାନ

ଆଫଗାନସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ପୁନର୍ବାର ସଂଘର୍ଷ ପରେ ଆଫଗାନ ତାଲିବାନ ସରକାରଙ୍କ ବିରୁଦ୍ଧରେ “ଖୋଲା ଯୁଦ୍ଧ” ଘୋଷଣା କରିଛି ପାକିସ୍ତାନ।ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦରୁ ଆରମ୍ଭ ହୋଇଥିବା ସଂଘର୍ଷ ତୀବ୍ର ହୋଇ ଯୁଦ୍ଧ ରୂପ ନେଇଛି । ଆଫଗାନିସ୍ତାନ ପାକିସ୍ତାନର

୪୨ ବର୍ଷ ପରେ ବଦଳିବ ‘ରଥ କୋଡ୍’

ରଥଯାତ୍ରା ପରିଚାଳନା ପାଇଁ ଏବେ ନୂଆ ରୂପରେ ଆସିବ ‘ରଥ କୋଡ୍’ | ୪୨ ବର୍ଷ ପରେ ସଂଶୋଧିତ ହେବାକୁ ଯାଉଛି ‘ରଥ କୋଡ୍-୧୯୮୩’ । ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି AI ବ୍ୟବହାର ଓ ସେବାୟତଙ୍କ ଶୃଙ୍ଖଳା ପର୍ଯ୍ୟନ୍ତ, ସବୁଥିରେ ହେବ ବ୍ୟାପକ ସଂସ୍କାର । ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ

ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ବଢିପାରେ ପାରଦ

ଫେବ୍ରୁଆରୀ ୨୭ରୁ ମାର୍ଚ୍ଚ ୫ ଭିତରେ ତାପମାତ୍ରା ୩୪ ଡିଗ୍ରୀ ଭିତରେ ରହିପାରେ। ସ୍ୱାଭାବିକ ଠାରୁ ୨-୩ ଡିଗ୍ରୀ ଅଧିକ ରହିବା ସମ୍ଭାବନା ଅଛି । ମାର୍ଚ୍ଚ ୬ରୁ ୧୨ ପର୍ଯ୍ୟନ୍ତ ତାତି ବେଶି ବଢ଼ିବ। ଏପରିକି ୩୬ ଡିଗ୍ରୀ ଡେଇଁଯିବ ପ୍ରାୟତଃ ଅଞ୍ଚଳରେ । କେତେକ ସ୍ଥାନରେ ୩୮ ଡିଗ୍ରୀ ପହଞ୍ଚିପାରେ।

୫ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍‌ ଶାହା

ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅମିତ୍ ଶାହ ମାର୍ଚ୍ଚ

ଓଟିଇଟି ଜାଲିଆତି ଘଟଣା: ଆସନ୍ତା ୫ରେ ଶୁଣାଣି

ବୋର୍ଡ ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ଘଟଣାରେ ହାଇକୋର୍ଟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ତାରିଖରେ ଶୁଣାଣି ହୋଇପାରେ।

DGCAର ନୂଆ ନିୟମ,ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ କଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ

ବିମାନ ଯାତ୍ରୀଙ୍କୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି । ଯଦି ୪୮ ଘଣ୍ଟା ମଧ୍ୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ବାତିଲ କରାଯାଏ, ତେବେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ନୂତନ ସଂଶୋଧିତ DGCA ନିୟମ ଅନୁଯାୟୀ, ଯଦି