ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ
ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଧାନକିଣା ଅବଧି । ଏ ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରବି ଧାନ ସଂଗ୍ରହ ପ୍ରକ୍ରିୟା ଆଜି କଣ୍ଟ ପୂରୁଥିଲା । ଜୁନ୍ ୩୦ ଯାଏଁ ଧାନ କିଣା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ବିଭାଗ । ଚାଷୀଙ୍କ ବହୁ ଦାବି ପରେ ଆଜି ଅବଧି ବଢ଼ାଇଛନ୍ତି ସରକାର। ୫ଟି ଜିଲ୍ଲାରେ ଆହୁରି କିଛି ଚାଷୀ ଧାନ ବିକ୍ରି କରିପାରିନଥିବାରୁ ଅବଧି ବୃଦ୍ଧି କରିଛନ୍ତି ସରକାର । ତେବେ ୨୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ସରକାର। ଏଯାଏ ୧୮.୭୯ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି।