କିଶୋରପ୍ରସାଦ ବିଦ୍ୟଳାୟର ବରିଷ୍ଠ କିରାଣୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଗଣିଆ – ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ପ୍ରସାଦ ଗ୍ରାମପଞ୍ଚାୟତ ଉଚ୍ଚବିଦ୍ୟାଳୟର ବରିଷ୍ଠ କିରାଣୀଙ୍କ ଅବସରକାଳୀନସମ୍ବର୍ଦ୍ଧନା ଉତ୍ସବ ମଙ୍ଗଳବାର ଦିନ ପୂର୍ବାହ୍ନରେ ବିଦ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟଳୟର ପ୍ରଧାନଶିକ୍ଷକ ଜଗଦୀଶ ପ୍ରସାଦ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥିଭାବେ କିଶୋରପ୍ରସାଦ ଗ୍ରାମକମିଟି ସଭାପତି ସନାତନପୃଷ୍ଟି ଯୋଗ ଦେଇଥ‌ିବା ବେଳେ ,ସମ୍ମାନିତ ଅତିଥ୍ ଭାବେ ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ନିଳମଣି ସାମଲ , ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ,ଚୈତନ୍ୟ ପୃଷ୍ଟି,,ମାର୍କଣ୍ଡ ପ୍ରଧାନ,ପଞ୍ଚାନନ ବେହେରା,,ମନୋରଞ୍ଜନ ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନାକମିଟିର ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତ ବିଦାୟୀ ବରିଷ୍ଠ କିରାଣୀ ନିରଞ୍ଜନ ବାରିକଙ୍କୁ ବିଦାୟକାଳିନ ସମ୍ଭାର୍ଦ୍ଧନା ଜ୍ଞାପନ କରିଥିଲେ ।

ସେ ଦୀର୍ଘ ଦିନ ଧରିଉକ୍ତ ବିଦ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟରତ ଥିଲେ | ଜଣେ ନିଷ୍ଠାପରକର୍ମଚାରୀ ଭାବରେ ସେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ I ତାଙ୍କକାର୍ଯ୍ୟଦକ୍ଷତା ସମ୍ପର୍କରେ ଅତିଥୁ ମାନେ ଅଭିଭାଷଣ ରଖୁବା ସହିତପ୍ରଧାନଶିକ୍ଷକ ଭୁରି ଭୁରି ପ୍ରଶଂସା କରିଥିଲେ । ବିଦ୍ୟାଳୟ ତରଫରୁବିଦାୟୀ ଶିକ୍ଷୟତ୍ରୀଙ୍କୁ ଉପଢୌକନ, ଉପହାର ପ୍ରଦାନ କରି ସମ୍ବଦ୍ଧିତକରାଯାଇଥିଲା । ତାଙ୍କୁ ଏକ ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଗ୍ରାମବାସୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଖୋଳ କୀର୍ତ୍ତନ କରି ନିଜ ଗ୍ରାମରେ ପହଂଚି ଦିଦାୟୀ ବରିଷ୍ଠ କିରାଣୀଙ୍କୁ ଘରେ ଛାଡି ଆସିଥିଲେ ।