ସରକାର କଲେ ବଡ଼ ଘୋଷଣା: ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଲାଗିଥିବା ୨୦୦ ଲିଟରର ସର୍ବାଧିକ ସୀମାକୁ …
୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି ପିଛା ପେଟ୍ରୋଲ-ଡିଜେଲ ବିକ୍ରି ଉପରେ ଲାଗିଥିବା ୨୦୦ ଲିଟରର ସର୍ବାଧିକ ସୀମାକୁ ହଟାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ଗତ ୧୨ ଜୁନ୍ରେ ଏକ ନିର୍ଦ୍ଦେଶ ଜାରି କରି ରିଟେଲ୍ ପେଟ୍ରୋଲ ପମ୍ପଗୁଡ଼ିକରୁ ହେଉଥିବା ପେଟ୍ରୋଲ ଏବଂ ଡିଜେଲ ବିକ୍ରିକୁ ସୀମିତ କରିଦେଇଥିଲେ। ଏହି ନିୟମ ଅନୁଯାୟୀ, ଯେକୌଣସି ଗୋଟିଏ ଗାଡ଼ି ପାଇଁ ଗୋଟିଏ ଦିନରେ ପେଟ୍ରୋଲ କିମ୍ବା ଡିଜେଲ କିଣିବା ସୀମାକୁ ୨୦୦ ଲିଟର ମଧ୍ୟରେ ସୀମିତ ରଖାଯାଇଥିଲା।ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ପେଟ୍ରୋଲ ଏବଂ ଡିଜେଲର ଯୋଗାଣ ଏବେ ସୱାଭାବିକ ହୋଇଛି। ଇନ୍ଧନ ଉପଲବ୍ଧତା ପର୍ଯ୍ୟାପ୍ତ, ଏବଂ ପରିସ୍ଥିତିରେ ଉନ୍ନତି ହୋଇଥିବାରୁ ଏହି କଟକଣାଗୁଡ଼ିକ ଆଉ ଆବଶ୍ୟକ ନାହିଁ।