କଟକ ବାଲିଯାତ୍ରାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ ବାଲିଯାତ୍ରାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତି ବାଲିଯାତ୍ରା ଉଦଘାଟନରେ ସାମିଲ ହୋଇଛନ୍ତି। କଳିଙ୍ଗ ତରଙ୍ଗିଣୀ ନାମକ ବୋଇତରେ ରାଷ୍ଟ୍ରପତି ଗଡଗଡିଆ ଘାଟକୁ ଆସିଥିଲେ । କଟକ ଇନ୍ କଟକ ନିକଟରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଘାଟରେ ରାଷ୍ଟ୍ରପତି ବୋଇତ ଯୋଗେ ପହଞ୍ଚିବା ପରେ ସେଠାରେ ବୋଇତ ବନ୍ଦାଣ କରିବାର କାର୍ଯ୍ୟକ୍ରମ ରହିଥିଲା । ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଇ ଡଙ୍ଗା ଭସାଇଥିଲେ ।

ସେଠାରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ସହ ରାଷ୍ଟ୍ରପତି କଟକ ଇନ୍ କଟକ ଏନକ୍ଲୋଜର ବୁଲିଛନ୍ତି । ପରେ ଓରମାସ୍ ପଲ୍ଲିଶ୍ରୀ ମେଳା ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ଆଉ କିଛି ସମୟ ପରେ ଐତିହାସିକ ବାଲିଯାତ୍ରାର ଉଦଘାଟନ କରିବେ ରାଷ୍ଟ୍ରପତି ।