ନାବାଳିକାଙ୍କୁ ଦୁଷ୍କର୍ମ ଓ ଅପହରଣ: ୩୪ ବର୍ଷୀୟ ଯୁବକଙ୍କୁ ବାନ୍ଧିଲା ପୁଲିସ୍

ପୁରୀରୁ ନାବାଳିକା ଅପହରଣ ଘଟଣା। ଭୁବନେଶ୍ୱର ଜାଗମରା ଅଂଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଛି ପୁରୀ ପୋଲିସ। କମିଶନରେଟ ପୋଲିସ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଅପହରଣ ଅଭିଯୋଗରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବ୍ୟକ୍ତି ଜଣକ କେନିଆର ନାଗରିକ ମହମ୍ମଦ ଫୈଜ ମହମ୍ମଦ ବୋଲି ଜଣାପଡିଛି।ଅନଲାଇନ ମାଧ୍ୟମରେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲା ଅଭିଯୁକ୍ତ lସୂଚନା ଅନୁଯାୟୀ, ଅନଲାଇନ୍ କ୍ୟାରମ୍ ଗେମ୍ ଖେଳିବା ସମୟରେ ଅଭିଯୁକ୍ତ ମହମ୍ମଦ ଫଇଜ ସହ ପୁରୀର ସମ୍ପୃକ୍ତ ନାବାଳିକା ଛାତ୍ରୀଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ଜାଲରେ ଫସାଇଥିଲେ। ଗତ ୧୮ ତାରିଖରେ ଅଭିଯୁକ୍ତ ପୁରୀ ଆସି ନାବାଳିକାଙ୍କୁ ଭେଟି ଫେରିଯାଇଥିଲେ। ଏହାପରେ ଗତକାଲି ପୁନର୍ବାର ପୁରୀ ଆସି ଛାତ୍ରୀଙ୍କୁ ଭେଟିବା ସହ ତାଙ୍କୁ ଅପହରଣ କରି ଭୁବନେଶ୍ୱର ନେଇଯାଇଥିଲେ।ଛାତ୍ରୀଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତ ଜଣକ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ୧ ଲକ୍ଷ ଟଙ୍କା ମୁଣ୍ଡଜାମିନ ଦାବି କରିଥିଲେ। ଏନେଇ ପରିବାର ଲୋକେ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରି ପୋଲିସ ଭୁବନେଶ୍ୱରର ଜାଗମରା ଅଞ୍ଚଳର ଏକ ଘରୋଇ ହୋଟେଲରେ ଚଢ଼ାଉ କରିଥିଲା ଏବଂ ସେଠାରୁ ଅପହୃତ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା।ତେବେ ଉଦ୍ଧାର ପରେ ପୀଡ଼ିତା ଛାତ୍ରୀ ପୋଲିସ ଆଗରେ ସାଙ୍ଘାତିକ ବୟାନ ଦେଇଛନ୍ତି। ଅଭିଯୁକ୍ତ ଜଣକ ତାଙ୍କୁ ଧର୍ମ ପରିବର୍ତ୍ତନ କରିବା ଲାଗି ବାଧ୍ୟ କରିବା ସହ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି।